STORYMIRROR

Ajit Kumar Raut

Drama

4  

Ajit Kumar Raut

Drama

ମାର୍ଗଶିର ମାସ ଭକ୍ତିର ପାର୍ବଣ

ମାର୍ଗଶିର ମାସ ଭକ୍ତିର ପାର୍ବଣ

1 min
381


ମାର୍ଗଶିର ମାସ ଦିନ ଗୁରୁବାର


   ତହିଁ ମାଣବସା ଦିନ


ଶ୍ରୀୟା ଚଣ୍ଡାଳୁଣୀ ଭକ୍ତିରେ ସେ ପ୍ରୀତି


   ଘରକୁ ଲକ୍ଷ୍ମୀ ଗମନ।


ଭ୍ରମଣରେ ଥିଲେ କୃଷ୍ଣ ବଳରାମ


   ଖୁସି ଆନନ୍ଦରେ ଦୁହେଁ,


ଶ୍ରୀୟା ଚଣ୍ଡାଳୁଣୀ ଘରେ ଉପସ୍ଥିତ


   ଲକ୍ଷ୍ମୀଙ୍କୁ ଦେଖିଲେ ଦୁହେଁ।


ଲକ୍ଷ୍ମୀ ଆଚରଣେ ବଳରାମ ଦୁଃଖି


   କୃଷ୍ଣଙ୍କୁ କହିଲେ ଧୀରେ,


ଆଦେଶ ଦେଲେଟି ପ୍ରଭୁ ବଳରାମ


   ଲକ୍ଷ୍ମୀ ଛାଡ଼ ବାପ ଘରେ।


ଚଣ୍ଡାଳୁଣୀ ଘରେ ଲକ୍ଷ୍ମୀ ଯାଉ ଅଛି


   ଜ୍ଞାନ ନାହିଁ ତାର କିଛି,


ବଡ଼ଦେଉଳକୁ ପୁଣିତ ଆସୁଛି


   ଭୟ ନାହିଁ ତାର କିଛି।


ତାଙ୍କ ବାପ ଘରେ ଛାଡ଼ି ଆସ ତାଙ୍କୁ


   କ୍ଷଣେ ନ ରହୁ ସେ ଏଠି,


ବଡ଼ ଭାଇ ଆଜ୍ଞା ପାଇଣ ଶ୍ରୀକୃଷ୍ଣ


   ଲକ୍ଷ୍ମୀଙ୍କୁ କହିଲେ ସେଠି।


ଶ୍ରୀମନ୍ଦିର ଛାତି ଚାଲି ଯାଅ ତୁମେ


   ବୁଲୁ ଅଛ ଘରେ ଘରେ


କ୍ରୋଧିତ ହୁଅନ୍ତି ବଡ଼ ଭାଇ ମତେ


   ଚାଲି ଯାଅ ତୁମେ ଦୂରେ।


ମର୍ମାହତ ହେଲେ ଲକ୍ଷ୍ମୀ ଠାକୁରାଣୀ


   କରିଲେ ଧିକ୍କାର କୃଷ୍ଣେ ,


ତୁମ ଦେଇ ଥିବା ବଚନ ନ ପାଳି


   ସିମା ପାର କଲ କୃଷ୍ଣେ।


ଦୁଖୀ ଚଣ୍ଡାଳୁଣୀ ହୋଇ ମୁଁ ଯାଉଛି


   ନ ରହିବି ଏଠି ତିଳେ,


ଭାଇ ସଙ୍ଗେ ରୁହ ଖୁସି ଆନନ୍ଦରେ


   ନ ଖୋଜିବ କେଉଁ କାଳେ।


ଲକ୍ଷ୍ମୀ ଠାକୁରାଣୀ କ୍ରୋଧ କରିଲେଟି


   ନ ରହିଲା ତହିଁ କିଛି


ଖାଇବା ନ ପାଇ ଦ୍ବାର ଦ୍ବାର ହେଲେ


   ଚାଲି ଗଲା ସବୁ କିଛି।


ଚଣ୍ଡାଳର ଠାରୁ ହୀନିମାନ ହେଲେ


   ଜ୍ଞାନ ନ ରହିଲା କିଛି,


ଲକ୍ଷ୍ମୀଦ୍ରୋହୀ ହୋଇ ଦ୍ବାର ଦ୍ବାର ଗଲେ


   କେବେ ନ ମିଳିଲା କିଛି।


ଜଗତ ଠାକୁର ଦ୍ବାର ଦ୍ବାର ହେଲେ


   ଲକ୍ଷ୍ମୀଦ୍ରୋହୀ ହୋଇ ନିଜେ,


ଜଗତ ଜାଣିବା ଲକ୍ଷ୍ମୀ ଦ୍ରୋହ କଥା


   ପ୍ରଭୁ ଦ୍ବାର ଦ୍ବାର ନିଜେ।


କିଛି ବର୍ଷ ପରେ ବିନତୀ କରିଣ


   ଶ୍ରୀମନ୍ଦିର ଆଣିଲେ ଲକ୍ଷ୍ମୀ,


ଉଛୁଳି ପଡ଼ିଲା ଶ୍ରୀମନ୍ଦିର ପୁଣି


   ସୁଦୟା କରିଲେ ଲକ୍ଷ୍ମୀ।


ପବିତ୍ର ପାର୍ବଣ ମାଣବସା ଦିନ


   ଲକ୍ଷ୍ମୀ ପୂଜା ହୁଏ ଯାର,


ଗୃହର ଗୃହଣୀ ପବିତ୍ର ମନରେ


   ପୂଜୁ ଥାନ୍ତି ଲକ୍ଷ୍ମୀଙ୍କର।


ମାର୍ଗଶିର ମାସ ସବୁ ଗୁରୁବାର


   ଗୃହଣୀ କରନ୍ତି ପୂଜା,


ଲକ୍ଷ୍ମୀପୂର୍ଣ୍ଣା ହେବ ଗୃହସ୍ତ ତାଙ୍କର


   ଲକ୍ଷ୍ମୀଙ୍କର ଏହୁ ପୂଜା।


ମାର୍ଗଶିର ମାସ ଦିନ ଗୁରୁବାର


   ତହିଁ ମାଣବସା ଦିନ,


ଶ୍ରୀୟା ଚଣ୍ଡାଳୁଣୀ ଭକ୍ତିରେ ସେ ପ୍ରୀତି


   ଘରକୁ ଲକ୍ଷ୍ମୀ ଗମନ।




Rate this content
Log in

Similar oriya poem from Drama