ଚିତ୍ର ଚରିତ : 35 : ଧୋକା
ଚିତ୍ର ଚରିତ : 35 : ଧୋକା
ଆମେ ଜାଣିଥାଉଁ ଅତ୍ୟନ୍ତ ବିଶ୍ଵାସୀ ଆମ ପାଟି ଆଖି-କାନ,
ଯାହା ସେ ଦେଖନ୍ତି କୁହନ୍ତି ଶୁଣନ୍ତି ସେ ସବୁ ସତ୍ୟ ବଚନ |
ହାତ ଯାହାକରେ ସେ ସବୁ ବଢିଆ ପାଦଚାଲେ ରାସ୍ତାଦେଖି,
ଜିଭ ବାରିପାରେ ଭଲ-ମନ୍ଦ ଖାଦ୍ୟ ଅଳପ ଟିକିଏ ଚାଖି |
ଚର୍ମଟି ଆମର ଅତ୍ୟନ୍ତ କୋମଳ ଛୁଇଁଦେଲେ ପାରେଜାଣି,
ମନଟି ଆମର ସବୁଠୁଁ ସୁନ୍ଦର ଅନ୍ୟ ମନପାରେ କିଣି |
ଅଧାରୁ ଅଧିକ ତ୍ରୁଟି କରି ସିଏ ପ୍ରାଣକୁ ଦିଅନ୍ତି ଧୋକା,
କହିଥିବା କଥା ଶୁଣିଥିବା ବାର୍ତ୍ତା ଦେଖା ଚିଜହୁଏ ମିଥ୍ୟା |
ହାତ ଯାହାକରେ ସବୁ ଯେ ଉଚିତ ସେ କଥାଟି ନୁହେଁ ସତ,
ପାଦ ଝୁଣ୍ଟିପଡ଼େ ଖାଲରେ ବି ପଡ଼େ ମନହୁଏ ବିଚଳିତ |
ଚର୍ମର ସ୍ପର୍ଶରେ ତ୍ରୁଟି ରହିଯାଏ ଜିଭକଥା ମିଛହୁଏ,
କିଛି ମାୟା ପୁଣି କିଛି ବାୟାଦୋଷ ମିଛ-ସତ ମିଶି ରହେ |