STORYMIRROR

KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

ସବୁ ରହିଛି ଏଇଠି

ସବୁ ରହିଛି ଏଇଠି

1 min
244

#ସିଧାକଥା - ୧୦୧


ଯେତେ ଅସମ୍ଭବ ଆଖାଡୁଆ କାମ କରିହୁଏ ସଂସାରରେ ,

କାହାପାଇଁ ସିନା ଅତିକଷ୍ଟ ଲାଗେ କିଏକରେ ସହଜରେ |


ନୂଆକାମ କିଛି କରୁଛି ଭାବିଲେ ଆଗରୁ ସେ ହେଇଥିବ,

ଯୁଗଯୁଗ ଧରି ହେଇନାହିଁ ଯାହା ମୁହୂର୍ତ୍ତକେ ହେଇଯିବ |


ଯାହା ଦରକାର ସକଳ ଦରବ ଏଇଠି ରହିଛି ଲୁଛି,

କେଡ଼େ ବଡ଼ଜୀବ ହାତୀ ବି ରହିଛି ରହିଛନ୍ତି ମଶା-ମାଛି |


ସବୁରୋଗ ଏଇ ସଂସାରରେ ଅଛି ତା' ପାଇଁ ଔଷଧ ଅଛି,

ସବୁ ଜୀବପାଇଁ ଖାଦ୍ୟର ବ୍ୟବସ୍ଥା, ଖାଉଛି ଯେ ଯାହାବାଛି |


ଦେବତା ସମାନ ମଣିଷ ଦେଖୁଛୁ ଅଛନ୍ତି ଅନେକ ପ୍ରେତ,

ସବଳ ଏଇଠି ବେକାର ବସୁଛି ଥାଇ ମୁଣ୍ଡ ଗୋଡ଼ ହାତ |


ମାଟିରେ ଏମିତି କି ଦରବ ଅଛି ଫଳାଏ ନାନାଦି ଫଳ,

ପାଣି ପବନରେ ବଞ୍ଚୁଛି ଜୀବନ ଖାଦ୍ୟ ବଢାଉଛି ବଳ |



Rate this content
Log in

Similar oriya poem from Classics