STORYMIRROR

Suresh chandra Rath

Classics

3  

Suresh chandra Rath

Classics

ଜଗତ ଜନନୀ

ଜଗତ ଜନନୀ

1 min
298

   ଜଗତ ଜନନୀ "ମା" ଲୋ ଚଂଚଳା

      ସାଗର ଦୁଲଣୀ ତୁହି

   ତୋର ପାଦ ସେବା କରିଥାନ୍ତି ସର୍ବେ

      ଶୁଭ ଆଶୀର୍ବାଦ ପାଇଁ

    ମାର୍ଗଶୀର ମାସ ସରସ ଅଟଇ

      ତା ମଧ୍ୟରେ ଗୁରୁବାର

    ଏହି ଗୁରୁବାରେ ପୂଜନ୍ତି ମହିଳା

       ଝୋଟିରେ ନାନା ପ୍ରକାର

    ଝୋଟି ଚିତା ଦେଇ ଘରକୁ ସଜାନ୍ତି

       ଗେଣ୍ଡୁ ଫୁଲର ଆସର

    ଲକ୍ଷ୍ମୀପାଦ ଚିତା ଧାନ ଶିଂସା ଦେଖ

        ପରିବେଶ ପରିଷ୍କାର

    ସାତ୍ତ୍ବିକ ଭୋଜନେ ପରିତୃପ୍ତ ସର୍ବେ

        ପରଶେ ସୁଲକ୍ଷଣୀ ବୋହୁ

    ପ୍ରାତଃ କାଳରୁ କର୍ମେ ହୁଏ ଲିପ୍ତା

         ଲକ୍ଷ୍ମୀ ଗୀତ ଗାଉ ଗାଉ

    "ମାଆ" ର ଭଣ୍ଡାର ଉନମୁକ୍ତ ଥାଏ

         ସୁଶୀଳା ରମଣୀ ହିତେ

     ସଂସାରରେ ଏହି ବାର୍ତ୍ତାର ପ୍ରକାଶ

         ବାନ୍ଧି ରଖ ଦୃଢ଼ ଚିତ୍ତେ

    ପୂଜା ଅରଚନା ଆଚାର ବିଧିରେ

          ସନ୍ତୋଷ ଲଭନ୍ତି ଦେବୀ

    କଲ୍ୟାଣକାରୀ ଜନନୀ ହୃଦୟେ

         ରହିଯାଏ ତୁମ ଛବି

     ଦେବୀ କୃପା ଯୋଗୁଁ ମାନବ ଲଭଇ

          ସୁସ୍ଥ ଶାନ୍ତିର ଜୀବନ

     କୃପା ପ୍ରାପ୍ତ ବିନା ଛିନ୍ନଭିନ୍ନ ହୁଏ

         ଅକାରଣେ ତା ଜୀବନ

     ଜଗତବାସୀଙ୍କୁ ଏତିକି ବିନତୀ

          କର ତୁମେ ଲକ୍ଷ୍ମୀପୂଜା

      ପରିବେଶ ରକ୍ଷାକର ହେ ମନୁଷ୍ୟ

          ଶାନ୍ତ ହେବେ ଚତୁର୍ଭୂଜା ।

                                             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics