STORYMIRROR

Suresh chandra Rath

Others

4  

Suresh chandra Rath

Others

କୁସୁମ

କୁସୁମ

1 min
390

ଧନ୍ୟରେ କୁସୁମ     ସୁଗନ୍ଧ ସୁଷମ

     ଧନ୍ୟ ଭଳି ଭଳି ରଂଗ

ଦେବଲୋକ ଠାରୁ   ନାଗଲୋକ ଯାଏଁ

     ଇଛନ୍ତି ତୋହର ସଂଗ ।


ତୋର ପ୍ରେମ ରସେ   ବୁଡି ରହିବାକୁ

     ନବଯୁବା ସଦା ଚାହେଁ

ପୁରୁଷ ମନକୁ        କାମାଶକ୍ତ କରି

     ସଂସାରି ଆନନ୍ଦ ପାଏ ।


 ସଭା ସମିତିରେ     ବିବାହ ବ୍ରତରେ

      ପୁଷ୍ପର ଭାରି ଆଗ୍ରହ

  ସୌନ୍ଦର୍ଯ୍ୟକରଣେ    ମଣ୍ଡପ ଓ ମଂଚ

      ତୃପ୍ତି ପ୍ରସନ୍ନତା ଦିଏ ।


  କୁସୁମ ଅଟଇ      ମହାଭାଗ୍ୟବାନ

       ଦେବତା ମସ୍ତକେ ବସେ

   ମାନବ ଦାନବ     ଗନ୍ଧର୍ବ କିନ୍ନର

       ପ୍ରଭୁ ପାଦ ତଳେ ହସେ ।


   କୃପା ଭିକ୍ଷା କରି    ଆଶାୟି ଦାମ୍ଭିକେ

       ଦେବ ଛଡାଲାଗି ଫୁଲ

   ଅଂଗରୁ ପତିତ     ଭାଗ୍ୟ ଅନୁରୂପ

        ପ୍ରାପ୍ୟ ହୁଏ ସମତୁଲ ।


    ନେତା ପଦଯାତ୍ରା    ଶବ ମହାଯାତ୍ରା

         ସୁମନ ବାନ୍ଧବ ସହ

    ସୁଖରେ ଦୁଃଖରେ    ଜଡିତ ସେ ଥାଏ

         ଗନ୍ଧ ବାଣ୍ଟେ ମହମହ ।


    ପ୍ରଷ୍ଫୁଟିତ ପୁଷ୍ପେ      ଭ୍ରମର ବସଇ

         ଦେବାକୁ ମୁଖେ ଚୁମ୍ବନ

     ମଧୁମକ୍ଷି ଗଣ       ମଧୁ ଆହରଣେ

          କରନ୍ତି ମଧୁ ଗୁଂଜନ ।

                           


Rate this content
Log in