STORYMIRROR

Suresh chandra Rath

Others

3  

Suresh chandra Rath

Others

ଶ୍ରୀ ପୁରୁଷୋତ୍ତମ

ଶ୍ରୀ ପୁରୁଷୋତ୍ତମ

1 min
123

ପ୍ରଜାନୁରଂଜନ ପ୍ରଜାବତ୍ସଳ ସେ

  ଦଶରଥ ସୁତ ରାମ

ଦୂରୁ ଶ୍ରୀଚରଣେ ଅର୍ପଣ କରୁଛି

  ଘେନ ହେ ମୋର ପ୍ରଣାମ

ବାମାଙ୍ଗି ଜାନକୀ ଅନୁଜ ଲକ୍ଷ୍ମଣ

  ସେବାକାରୀ ହନୁମାନ

ମଧ୍ୟେ ବିରାଜନ୍ତି  ରାଜୀବ ଲୋଚନ

  ଶ୍ୟାମଳକାନ୍ତି ବରନ

ଅଯୋଧ୍ୟା ଦେଶରେ  ଶିଶୁ ଅବସ୍ଥାରେ

  ଭକ୍ତ କାକ ସଂଗେ ଖେଳ

ପ୍ରାଣପ୍ରିୟା ସିତେ  ଉଦ୍ଧାର କରିଲ

  ଭଲ୍ଲୁକ ବାନର ମେଳ

ମାରିଚ ସୁବାହୁ   ତାଡକାକୁ ମାରି

  ସୁଗ୍ରୀବେ ବସିଲ ମିତ

ଅନୀତି ଦୁର୍ନୀତି  ବଳଶାଳୀ ବାଳି

  ଶରୀରକୁ କଲ ମୁକ୍ତ

ସମାଜ ବିରୋଧି  ଅସୁରଙ୍କୁ ବଧି

  ଭାରତେ ଶାନ୍ତି ସ୍ଥାପନା

ରାମ ରାଜ୍ୟ ଗଢି  ପ୍ରଜାଙ୍କ ନିମନ୍ତେ

  ଅମାପ ପରିକଳ୍ପନା

ସୂର୍ଯ୍ୟବଂଶୀ ରାଜା  ରଘୁନନ୍ଦନ ହେ

  କୋଦଣ୍ଡଧାରୀ ରାଘବ

ସତୀ ସୀତା ପତି  ବାନରଙ୍କ ସାଥି

  ଅମୃତ ଦୃଷ୍ଟି ଦେବ

ରାବଣ ତାରଣ   ଦୁଷ୍ଟ ନିବାରଣ

  ସନ୍ଥ ପାଳନର ହିତେ

ବଇକୁଣ୍ଠପୁରୁ  ଆସନ୍ତି ଶ୍ରୀରାମ

  ଦରଶନ ଦେବେ ଚିତ୍ତେ

କୈବର୍ତ୍ତ ଶବରୀ   ମନ୍ଥରା ସମେତ

   ଦେଇଅଛ ସନମାନ

ଗୋଲକ ବିହାରୀ  ରାମ ଅବତାରୀ

   ବିଷ୍ଣୁ ଶ୍ରୀପୁରୁଷୋତ୍ତମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍