STORYMIRROR

Suresh chandra Rath

Others

3  

Suresh chandra Rath

Others

ଦେବଦୂତ

ଦେବଦୂତ

1 min
189

କିଏ ତୁମେ ଦେବଦୂତ ମୋ ସପନରେ ଆସ

ଉଦ୍ଭାସିତ ଆଲୋକରେ ଖିଲିଖିଲି ହସ

ଅର୍ଦ୍ଧରାତ୍ରୀ, ଚତୁର୍ଦ୍ଦିଗେ କିଟ୍ କିଟ୍ ଅନ୍ଧକାର

କିନ୍ତୁ କି ପ୍ରୟୋଜନେ ଆସିଅଛ କର ପରିଷ୍କାର

  ସର୍ବାଗ୍ରେ ଘେନ ଦେବଦୂତର ପ୍ରଣିପାତ

  ପରୋପକାରୀ ମନୁଷ୍ୟ ରୂପେ ମାନେ ଏ ଜଗତ

ହରିଭକ୍ତ ହରିଜନଭକ୍ତ ହେ ପ୍ରିୟ ମାନବ

ଶାନ୍ତି, ଧର୍ମ ,ନ୍ୟାୟ ଅଟେ ତୁମର ସ୍ୱଭାବ

ତେବେ କିଁପା ଆଲୋକକୁ କର ପ୍ରତ୍ୟାଖ୍ୟାନ

ଆନନ୍ଦେ ସଂସାରୁ ତରିବାକୁ ହେଉ ନାହିଁ ଜ୍ଞାନ

  ପରଂବ୍ରହ୍ମ ନାରାୟଣେ ଦେବ ଏ ବାରତା

  ମର୍ତ୍ତ୍ୟରେ ଜଣେ କେହି ଅହରହ କରୁଅଛି ଚିନ୍ତା

ଅନ୍ୟାୟ ,ଅଧର୍ମ,ଅତ୍ୟାଚାରେ ପୂର୍ଣ୍ଣ ଏ ଜଗତ

ପାଶବିକ ବୃତ୍ତି ଯୋଗୁ ନର ସମାଜ ଭୟଭୀତ

ଏହାର ନିରାକରଣ କିପରି ସମ୍ଭବ

ବ୍ୟବସ୍ଥା କର ଦେବଦୂତ ପୃଥିବୀ ବଞ୍ଚିବ

  ଚିନ୍ତା ନ କର ଚିନ୍ତାମଣି ପରମ ପୁରୁଷ

  କଳିକାଳ ଧ୍ୱଂସ ହେବ ଅଛି ଅଳ୍ପଦିନ ଶେଷ

  ସତ୍ୟଯୁଗ ଦ୍ୱାରଦେଶେ ଅବତ୍ତୀର୍ଣ୍ଣ ପ୍ରାୟ

  ଏଥିକି ବିଧାତା କରେ ନିଜସ୍ୱ ଉପାୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍