STORYMIRROR

Suresh chandra Rath

Others

4  

Suresh chandra Rath

Others

ବନ୍ଧୁ

ବନ୍ଧୁ

1 min
247

ବନ୍ଧୁ ବାନ୍ଧିଥିବ ଜୀବନ କାଳକୁ

  ପ୍ରୀତିରେ ନ ଥିବ ଉଣା

ରାଜା ରଂକ ମଧ୍ୟେ ବନ୍ଧୁତା ସମ୍ପର୍କ

  ଯେପରି କୃଷ୍ଣ ସୁଦାମା


ସୁଦାମାର ସେହି ଖୁଦଭଜା ମୁଠି

  ରାଜାର ଅମୂଲ ମୂଲ

ବିନିମୟେ ମା ଲକ୍ଷ୍ମୀ ସ୍ୱର୍ଣ୍ଣ ଉଆସ

  ତୋଳିଦେଲେ ଝଲମଲ


ବନ୍ଧୁ ବେନି ଜନ ସମଭାବାପନ୍ନ

  ସୁଗ୍ରୀବ ଶ୍ରୀରାମ ରାଜା

କଠୋର ସଂକଳ୍ପ କରିଥିଲେ ଦୁହେଁ

  ଦେବାପାଇଁ ଦୁଷ୍ଟେ ସଜା


ବନ୍ଧୁ ମହାନ୍ତିଙ୍କ ବନ୍ଧୁ ଜଗନ୍ନାଥ

  ଦେଲେ ସେ ଅନ୍ନ ଭୋଜନ

ନ ଜାଣି ସେବକେ ବେତ୍ରେ ପ୍ରହାରିଲେ

  ରାଜା କଲେ ସନମାନ


ବନ୍ଧୁପତ୍ନୀ ଦୁଇ ହସ୍ତ ପ୍ରସାରିଲେ

  ଲଜ୍ଜା ନିବାରଣେ ଶ୍ୟାମା

"ରଖିଲି ରଖିଲି" କହି ଦାନ ଦେଲେ

  ବୁଝି ପାରଲେନି ବାମା


ବନ୍ଧୁ ବାନ୍ଧିଥିଲେ ଗୋପାଳ ବାଳକେ

  ନନ୍ଦନନ୍ଦନ ସାଥେ

କାଳିନ୍ଦି ମଧ୍ୟରେ କାଳୀୟ ଦଳନ

  କରିଥିଲେ କୃଷ୍ଣ ହାତେ


ଦୁଷ୍ଟ ଦୁର୍ଯୋଧନ ବନ୍ଧୁ ରାଧାସୁତେ

  କରିଲା ରାଜ୍ୟ ପ୍ରଦାନ

ଧାର୍ମିକ ପ୍ରବର ସୂର୍ଯ୍ୟପୁତ୍ର ତେଣୁ

  ଦେଇଥିଲେ ବଳିଦାନ


ବନ୍ଧୁ ପ୍ରୀତି ସଦା ଅଟଇ ମହତ

  ବନ୍ଧୁ ହିଁ ନିଜର ପ୍ରାଣ

ବନ୍ଧୁ ଦ୍ରୋହୀ କେବେ ନ ହୁଅ ସଜ୍ଜନ

   ଏହା ଭଗବାନଙ୍କର ରାଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍