STORYMIRROR

Suresh chandra Rath

Drama

4  

Suresh chandra Rath

Drama

ସ୍ବୟଂବର

ସ୍ବୟଂବର

1 min
386

ଦଶରଥ ସୁତ ଶ୍ରୀରାମ ସୌମିତ୍ରୀ ବିଶ୍ବାମିତ୍ର ସହ ଚଳିଲେ

ବନରେ ବିଚରି ମନରେ ବିଚାରି ଦୁର୍ବୃତ୍ତ ମାନଙ୍କୁ ମାରିଲେ

ରାଜ୍ୟରୁ ,ପାପ ଭାରା ଶୁନ୍ୟ ହୋଇଲା

ଯାଗ ଯଜ୍ଞ ଦ୍ବାରା ଅଯୋଧ୍ୟାବାସୀଙ୍କୁ ଶାନ୍ତି ନ୍ୟାୟ ଧର୍ମ ମିଳିଲା ।।


ସତୀ ଶିରୋମଣୀ ଅହଲ୍ୟା ବସିଛି ପଦରଜ ସତେ ପାଇବ

ମୁକ୍ତି ପ୍ରତୀକ୍ଷାରେ ନିର୍ଜୀବ ପ୍ରସ୍ତର ଆଶା କି ସଫଳ ହୋଇବ

ଏବେ ,ପୁରଣ ହୋଇଲା ମନସ୍କାମ

ପଥରେ ପଥର ପଡିରହିଥିବା ସୁନ୍ଦରୀ ଲଳନା ହୋଇଲା।।


ବିଜ୍ଞାନୀ କୈବର୍ତ୍ତ ଶୁଣିଛି ବୃତ୍ତାନ୍ତ ପଦରେଣୁ ଯୋଗୁ ତରୁଣୀ

ନଉକା, ସୁନ୍ଦରୀ ନାରୀ ରୂପ ନେଲେ କିପରି ବାହିବ ତରଣୀ

ହର ,ବ୍ରହ୍ମା ଇଛା ପୁରଣ ନୋହିଛି

ଗଙ୍ଗେ ଧୌତ କରି ଭକତି ମନରେ ବସନେ ପାଦକୁ ପୋଛିଚି ।।


ଗଙ୍ଗା ଅତିକ୍ରମି ବିଶ୍ବାମିତ୍ର ସହ ମିଥିଳା ନଗରେ ପ୍ରବେଶ

ଦେଖି ପୁରବାସୀ ସୌମ୍ୟ କାନ୍ତ ମୂର୍ତ୍ତୀ ମନରେ ଭରିଲେ ଉଛ୍ବାସ

ସେ ସାକ୍ଷାତ ପରମ ଇଶ୍ବର

ଭାଂଗି ଶିବଧନୁ ସହର୍ଷେ ଶ୍ରୀତନୁ ଅପେକ୍ଷାରତ ସ୍ବୟଂବର।।


                      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama