Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Asa Gapa Suniba Both Hindi and odia

Others

4  

Asa Gapa Suniba Both Hindi and odia

Others

ବୃକ୍ଷ ଦେବତା

ବୃକ୍ଷ ଦେବତା

1 min
300


ସମାଜ କଲ୍ୟାଣେ ଜୀବନ ଧାରଣ

     ପ୍ରାଣୀ ସମାଜର ପ୍ରାଣ

 ପର ହିତ ପାଇଁ ଅଂଗ ପ୍ରତ୍ୟଙ୍ଗକୁ

     ବୃଦ୍ଧି କର ତା ପ୍ରମାଣ ।


 ପତ୍ର ଫୁଲ ଫଳ ଗଣ୍ଡି ଶାଖା ଡାଳ

     ଧରିତ୍ରୀ ରାଣୀର ଶୋଭା

 ଛାୟା ଶୀତଳତା ଶାନ୍ତି ପ୍ରଦାୟକ

     ଚିର ତୃପ୍ତି ମନଲୋଭା ।


 ପୃଥିବୀ ବକ୍ଷରେ ଚେର ବିସ୍ତାରିଣ

     ସଗର୍ବେ ଦଣ୍ଡାୟମାନ

 ବାତ୍ୟା ଝଡ ଝଂଜା ଖରା ବର୍ଷା ଶୀତ

     ସଭିଏଁ ମିତ୍ର ସମାନ ।


 ଦେବଗଣ ମଧ୍ୟ ଇଚ୍ଛନ୍ତି ତୁମ୍ଭଙ୍କୁ

     ହେବାପାଇଁ ବିମଣ୍ଡିତ

 ଶୋଭାର ଭଣ୍ଡାର ସର୍ବ ଦେବାଦେବୀ

     ପୁଷ୍ପରାଜି ସୁଶୋଭିତ ।


 ସୃଷ୍ଟିର ଆରମ୍ଭେ ବିହି ସରଜିଲା

     ସ୍ଥଲେ ବୃକ୍ଷ ଲତା ରାଜି

 ଜୀବନ୍ତ ସମୂହ ଉପଭୋଗ କରେ

     ମନ ଆନନ୍ଦରେ ଆଜି ।


 ଆଦିମ କାଳରେ ଇଷ୍ଟଦେବ ସ୍ମରି

     ମାନବେ ପୂଜା କରନ୍ତି

 ବିଲ ବଣେ ବୃକ୍ଷ ଆରାଧନା କରି

     ସୁଖ ସମୃଦ୍ଧି ଲଭନ୍ତି ।


 ନଷ୍ଟ ଭ୍ରଷ୍ଟ କରି କେବେ ନ ଛେଦିବ

     ବୃକ୍ଷ ଆମ ପ୍ରିୟ ମିତ୍ର

 ବୃକ୍ଷର ଅଭାବେ ଜଳ ନ ବର୍ଷଇ

     ଦୁର୍ଭିକ୍ଷ ଆସେ ସର୍ବତ୍ର ।


 ଆହେ ବୃକ୍ଷ ଦେବ ପ୍ରଣାମ ଘେନିବ

     କଲ୍ୟାଣେ ଦେବ ଶାନ୍ତି

 ଦିବା ରାତ୍ରି ଅବା ପ୍ରତ୍ୟୁଷେ ପ୍ରଦୋଷେ

     ନର ଲଭୁ ଆତ୍ମତୃପ୍ତି ।

                 


Rate this content
Log in