STORYMIRROR

Suresh chandra Rath

Others

4  

Suresh chandra Rath

Others

ଶୁକ

ଶୁକ

1 min
271

ପକ୍ଷୀ ଜନମର  ସୁନ୍ଦର ଜୀବନ

    ଗଢିଲା ଯେଉଁ ବିଧାତା

ଧନ୍ୟ ସେହି ବିହି ରଚିଲା ସଂସାର

    ନର ପକ୍ଷୀ ପଶୁ ଚିତା ।


କଥା କହିପାରୁ  ଶିଶୁଟିଏ ପରି

    ଶୁଣିବାକୁ ଭଲ ଲାଗେ

"ପକ୍ଷୀ ଜନମରୁ ପାରି କର ହରି"

    ଖନେଇ ଖନେଇ ଶୁଭେ ।


ତ୍ରିପୁର ବିଜୟୀ ରାବଣ ରାଜାର

    ଶୁକ ସାରଣ ଅମାତ୍ୟ

ଗୁପ୍ତଚର ବିଦ୍ୟା ରାଜ୍ୟ ସମାଚାର

    ନିର୍ଭୁଲ ଗଣନା ତଥ୍ୟ ।


ସ୍ବଚ୍ଛନ୍ଦେ ଆନନ୍ଦେ ବିଚରଣ କରୁ

    ଅମ୍ବର ତୋ କ୍ରୀଡାସ୍ଥଳୀ

ନାଲି ରଂଗ ତଥା ବଙ୍କା ଥଣ୍ଟ ସହ

    ଶରୀର ପତର ନେଳୀ ।


ନନ୍ଦୀଘୋଷ ରଥେ ଜୀବ ଓ ପରମ

    କି ସୁନ୍ଦର ଶୋଭା ପାଅ

କିବା ଦୁଃଖ ଥାଏ ପ୍ରଭୁ ଜଗନ୍ନାଥ

    ଯାହାକୁ ହେବେ ସହାୟ ।


ମହାମନ୍ତ୍ରୀ ଶୁକ ଦୂର କର ଶୋକ

    କ୍ଷଣିକ ସାନ୍ନିଧ୍ୟ ଆଶା

ଦର୍ଶନାଭିଳାଷୀ  ଅକିଂଚନ ଜନ

    ମନରେ ବହୁ ଭରସା ।


ଧନ୍ୟ ତୁହି ଶୁକ ଜୀବନ ଅଶୋକ

    ରାମ ନାମ ଗାଅ ମୁଖେ

ଅମୃତମୟ   ବାଣୀର ପ୍ରଚାର

     ପ୍ରସାର କର ଜଗତେ ।

                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍