STORYMIRROR

Suresh chandra Rath

Others

3  

Suresh chandra Rath

Others

ଭାବନା

ଭାବନା

1 min
203

ଧାଇଁ ଧାଇଁ ଆସେ ଦେଖ କରାଳ ଲହରୀ

ମୃତ୍ୟୁ ବିଭୀଷିକା ଅଛି ଚଉଦିଗେ ଘେରି        

ସତେ କି ଭାଙ୍ଗି ପାରିବି ଶୃଙ୍ଗ ପରି ସମୁଦ୍ର ଲହଡି

ମନୋବଳ କ୍ଷୀଣ ହୁଏ,ଚିକିତ୍ସାଳୟେ 

ଦେଖି ରୋଗିଙ୍କର ରଡି

ହେ ଦେବବୈଦ୍ୟ ଅଶ୍ବନୀକୁମାର

ଚରକ ଶୁଶ୍ରୁତ ଆଦି ବୈଦ୍ୟରାଜ

ଅକିଞ୍ଚନ ଭକ୍ତର ପ୍ରାର୍ଥନା ଶୁଣ

ସୁସ୍ଥ କର ନ ହୋଇ ନାରାଜ

ଅମୃତହସ୍ତା ବୈଦ୍ୟ ତୁମେ ଆସ ହେ ମରତ

ଆର୍ତତ୍ରାଣ ଇଶ୍ବର ମୋ ,ରଖ ଭକ୍ତର ମହତ

ଶୁଦ୍ଧ ଚିତ୍ତେ ଶୁଦ୍ଧ ମନେ ଆବାହନ କରୁଛି ଅବଶ୍ୟ

ଜୀବନର ସୁଖ ଦୁଃଖ ପାପ ପୁଣ୍ୟ ଖୋଲିବି                                

ନ ହୋଇ ନିରାଶ

ଶକ୍ତି ଓ ସାମର୍ଥ୍ୟ ଦିଅ,ଲଢିବାକୁ ବ୍ୟାଧି ସହ ପ୍ରଭୁ

ତବ ପଦେ ଆଜୀବନ ଭକ୍ତି ଢାଳେ,ମନ ମୋର ଶାନ୍ତି ଲଭୁ

ଜଗତକରତା ଦଇବବିଧାତା ଥରେ ମାତ୍ର କର ଉପଚାର

ତୁମର ସାନ୍ନିଧ୍ୟ ଲଭି ଶୁଦ୍ଧ ପୂତ ସୁସ୍ଥ ହେଉ ଏ ଶରୀର ।

                     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍