ବେରିଙ୍ଗ ପ୍ରଣୟ
ବେରିଙ୍ଗ ପ୍ରଣୟ
କେତେ କ'ଣ ଭାବେ ମନ ଚଉକୋଣେ
ବୃଶ୍ଚିକର ବାରବାର ଶତେକ ଦଂଶନ
ଅସହଜ ଆତ୍ମାମୋର ହୋଇ ନିରୁପାୟ
ନିର୍ବାଣ ଲୋଡେ ମୁହିଁ ତୋର କୋଳେ
ସ୍ଥୂଳ ସୂକ୍ଷ୍ମ ଜନପଦ ନିର୍ଜନ ପ୍ରାନ୍ତର।
ଯେ ଡାଳ ଧରିଲେ ସେତ ଡାକେ କଡମଡ
କଇଁକଇଁ ଶୋଇକାନ୍ଦେ ଶିଶୁମନ ମୋ ଅବୋଧ
କର୍ମ ନାନା ଉପକ୍ରମ ବିଶ୍ଵାସର ଦୀପ
ଅସତ୍ୟର ନିଷିଦ୍ଧ ମାୟାରେ ଦପଦପ ହୁଏ
ବରିନିଏ ଆପଣାର ନିର୍ଜନ ବିଳାପ ।
ବିଶୁଦ୍ଧ ଅଗାଡି ତୁଲ ନିଷ୍ଫଳାର ଚିତ୍ତ
ଗଡିଚାଲେ ବାଆଁରେଇ ଉଚ୍ଚାବଚ ପଥ
ପାଥେୟର ଅନ୍ୱେଷଣେ ସମ୍ବଳ ପ୍ରକାଶ
ମୋରବନ୍ଧୁ ମୋରଆତ୍ମା ମୋର ପରିଜନ
ଅଭିମନ୍ୟୁ ବଧ ପାଇଁ ଛଳନା ପ୍ରଳାପ
ପରାଭବ ଅନୁତପ୍ତ ଦୁଶ୍ଚିନ୍ତାର ଶୋକ।
ସେ ଚିତ୍ତଚୋର ଲମ୍ପଟର କଳବଳ କୌଶଳ
ମୋ ଅଚିନ୍ତାରେ ଲମ୍ବ ଡିଆଁମାରେ
ପିଞ୍ଜରାରେ କଲବଲ ସତ୍ୟପ୍ରିୟ କନ୍ଧ
ଅନ୍ଧାରି ଗଳିର ମିଛ ଅନ୍ଧତ୍ୱଭାଜନ
ବଞ୍ଚିବାର ରାହା ଏଠି ପରାସ୍ତ ସ୍ତିମିତ ସଂବିତ ।
ବଇଁଶୀର ସ୍ୱର କାହୁଁ ଶୁଣିବ ସେ
କଞ୍ଚା ତୋରା ବୟସର ଉଚ୍ଚାଟ ସପନ
ତୁହାଇ ତୁହାଇ ମୁଣ୍ଡ କଚଡା ଜୁଆର
ଅଭିଶପ୍ତ ଆତ୍ମାର ସେ ବେଧଡକ ମରଣପ୍ରହାର
କାନ୍ଦେ କଇଁ କଇଁ ପାଇ ଶନିର ପ୍ରହାର ।
ଆସନ୍ତାରେ ଆସନ୍ତନି ମୋର ମିତଣି ବସନ୍ତ
ଦେହଛପା ଦିଆନୁହେଁ ହେ ମୋର ସାମନ୍ତ
ଖୋଜିଖୋଜି ଅକ୍ରୁରଙ୍କୁ ଧରି ମୁଁ କରିଛି ପରାସ୍ତ
ସ୍ୱାତୀକୋଳୁ ପାଇବାକୁ ରାହା ସାହା
ଆଗେପରା ଦେଇଥିଲି ମୁଁ ଦରଖାସ୍ତ ।
ଖାଉଛି ମୋ ନଦୀକୂଳ ଧଡଧଡ ଭୀଷଣ ଆତଙ୍କ
ଭ୍ରମରୁ ଭ୍ରମିତ ହୋଇ ଅବଲୀଳା କ୍ରମେ
ଛଳଛଳ ସ୍ନାୟୁବିକ ମଧ୍ୟାନ୍ତର କ୍ଳେଶ
ମଧୁରିମା ମଧୁଶାଳା ଡାକେ ବେରଙ୍ଗ ନିଳୟ
କାଚ କାଂଚନର ପ୍ରାଣଭରା ମୋର ବେରିଙ୍ଗ ପ୍ରଣୟ ।
