ନିୟତିର ଦାସ
ନିୟତିର ଦାସ
ଶୀତ ଅଶିଣରେ ନିଦାଘ ତରୁଣ
ହଟହଟା ହୁଏ ସହି
ମିତ ମିତଣୀର ସ୍ନେହର ପସରା
ମୁଣ୍ଡକୁ ସେ ନିଏ ନାହିଁ ।
କର୍ମର ଅବେଳ ଭାଗ୍ୟଦୋଷ ତୋର
ତା ମୁଣ୍ଡରେ ଫଟା ହୁଏ
ଜୀବନ ଜଞ୍ଜାଳ ସୀମା ସରହଦ
ସବୁ ସୀମା ଲଙ୍ଘିଯାଏ ।
ନିୟତିର କ୍ରୁର ପରିହାସ ସବୁ
ନିୟମ ଲାଗୁ ହୁଏନି
ଅକାରଣେ କିନ୍ତୁ ଦୋଷ ଲଦିଯାଏ
ବିବେକ ବାଧାଦିଏନି ।
କର୍ମର ପୁରୁଷ କର୍ମ ଏକାତାର
ଜୀବନର ମାନଦଣ୍ଡ
ଦୋଷାଦୋଷ ଦେଇ ଜୀବନ ନଈକୁ
କରିବାକି ପ୍ରଦୂଷଣ !
ହେଉଛି ହୋଇବ ଭାଗ୍ୟେଥିବ ଯାହା
ସବୁରି କରତା ଦାର
ନିମିତ୍ତ ମାତର କ୍ଷୀଣ ସତ୍ତାମୋର
ନୈବେଦ୍ୟ ସେ ପ୍ରଭୁଙ୍କର ।