STORYMIRROR

Tapaswini DashSarangi

Classics Inspirational Others

3  

Tapaswini DashSarangi

Classics Inspirational Others

ଶ୍ରୀରାଧେ ଗୋ

ଶ୍ରୀରାଧେ ଗୋ

1 min
196

ଶ୍ରୀରାଧେ ଗୋ

ତବ ପଦ ଯୁଗଳକୁ ଝୁରୁଛି ଏ ଚିତ୍ତ

ଓଡ଼ିଆଣୀ ଭେଶେ ଗୋ ହୋଇଅଛ ସଜ୍ଜିତ।


ଶ୍ରୀରାଧେ ଗୋ

ନାହିଁ ଗୋ ଉପମା ତୁମ ରୂପ ଚାତୁର୍ଯ୍ୟରେ

ପବିତ୍ରା ରମଣୀ ତୁମେ କାୟା ଓ ମନରେ।


ଶ୍ରୀରାଧେ ଗୋ

ମତି ଆଙ୍ଗନରେ ତୁମ ପଶିଲା କି ଭୀତ

ଶ୍ରୀପଦେ କାଳେ ଲାଗିବ ଅବିଶୁଦ୍ଧୀ ଛିତ୍ତ।

 

ଶ୍ରୀରାଧେ ଗୋ

ଭାବନାରେ ପ୍ରବେଶି କି ଭାବୁଛ କାହ୍ନୂକୁ

ସୁରକ୍ଷିତ କରିବ କିଏ ତୁମ ଶ୍ରୀଅଙ୍ଗକୁ।


ଶ୍ରୀରାଧେ ଗୋ

ନାରୀଶ୍ରେଷ୍ଠା ତୁମେ ଆଗୋ ମହିୟସୀ ବାଳା

ଜାଣିଅଛ ନାରୀ ଅଟେ ସମାଜେ ଅବଳା।


ଶ୍ରୀରାଧେ ଗୋ

ଦୁରାଚାରୀ ଗହଣରେ ନାରୀ ନିର୍ଯ୍ୟାତନା

ଭାବିଚିନ୍ତି ବୋଧେ ତୁମେ ହେଲ ଆନମନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics