STORYMIRROR

Amit Bal

Abstract Classics Inspirational

3  

Amit Bal

Abstract Classics Inspirational

(୧୯) #ମା ମାଟି #

(୧୯) #ମା ମାଟି #

1 min
218

ଦିବ୍ୟ ଆଭାରେ ଉଦ୍ଭାସିତ ଯାର

             ପ୍ରତି ଟି କୋଣ ଅନୁକୋଣ,

ଆଶା ସମ୍ଭାବନା ବିଞ୍ଚି ବିଞ୍ଚି କରୁଛି

           ସମଗ୍ର ଜୀବଜଗତର କଲ୍ୟାଣ ,


ଅନ୍ଧାର ରେ ଆଲୋକର ସନ୍ଧାନ

           ମଣିଷ ପ୍ରଥମେ ପାଏ ଯେଉଁଠି,

ହଁ ସେଇ ପବିତ୍ର ଭୂସ୍ବର୍ଗ ର ନାଁ ହିଁ

          ମମତାମୟୀ ମାତୃଭୂମି ମା ମାଟି ,


ସୃଜନ ବିନ୍ଦୁ ବିନ୍ଦୁ ରେ ଭରିଛି

             ଏ ମାଟିର ଅଗଣା କୋଳେ,

ଜୀବନ କଅଁଳେ ତା' ପଣତରେ

             ଦିବା ନିଶି ସଂଜ ସକାଳେ,


ତା'ର ସେ ଭିଜା ଭିଜା ବାସ୍ନା

            ମନକୁ ଖୁବ୍ ମତୁଆଲା କରେ,

ଫଳାଏ ସୁନାର ଫସଲ ଭରପୁର

          ଲହୁ ନିଗାଡି ନିଜ ସେ ଛାତିରେ,


ଆଖିତଳେ‌ ତା' ପ୍ରଳୟ ବତାଶ ବି ଆସେ

      ଗହଗହ ନିଃସଙ୍ଗତା ଶ୍ମଶାନ ପରିଦିଶେ,

କେହି ବୁଝେନା ତା ଅନ୍ତରର ବେଦନା

      ସବୁକୁ ପାସୋରି ସେ ପୁଣି ଥରେ ହସେ ,


ମନକହେ ମିଳନ ବିଛେଦ ଉର୍ଦ୍ଧ୍ବରେ ସେ

      କେଉଁ କାଳୁ ଅଲେଖା ଫର୍ଦ୍ଦଟେ ଏ ସୃଷ୍ଟିର ,

ସୁନା ଭଳି ଝଟକୁଛି ନିଜସ୍ଵ ତେଜରେ

         ଶାଖ ପ୍ରଶାଖା ମେଲି ନିଜ ହୃଦୟର ,


କେଉଁ ପୂଣ୍ୟବଳେ ଜନ୍ମଲଭି ମାନବ ଦେହେ

        ପାଦ ଆମେ ଥାପିଛେ ତା'ରି ବୁକୁରେ,

ଦିନେ ପୁଣି ପଞ୍ଚତତ୍ତ୍ବରେ ହେବା ଯେ ବିଲୀନ

        ସାରି ଦେଇ ଇହଲୀଳା ଏଇ ମାଟିରେ ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract