STORYMIRROR

ratnakar singha

Others

4  

ratnakar singha

Others

ଭାଷା ରାଣୀ

ଭାଷା ରାଣୀ

1 min
364

କହଲୋ ଭାଷାରାଣୀ

ସେ କାଳ ଏ କାଳର

ଦୁଃଖ ଦୁର୍ଦ୍ଦଶାର କଥା

କି ଫରକ ଦେଖୁଛୁ ଲୋ

ଅନୁଭବ ଆତ୍ମାତୋର

ସେତେବେଳେ ଭାଷା ଲୋପ

ବଙ୍ଗାଳୀ ଚକ୍ରାନ୍ତ

ଆଉଏବେ ଭସ୍ମାସୁର ସାଜେ

ଇଂରାଜୀ ଭାଷା ପ୍ରୀତି

ଖଣ୍ଡଖଣ୍ଡ ହୃଦୟ ରକ୍ତାକ୍ତ ।


କିଏ ରସୁଛିଯେ ତୁମ ରାଗରେ

ବୟାନ ବାଜିରେ ଚାଲେ

ଚର୍ଚ୍ଚାର ମାହୋଲ

ଯିଏ ଗାଏ ବଡ଼ପାଟିକରି

ଆଦର ନାହିଁଲୋ 

ସେଠାରେ ତୋହର

ମାତୃଭାଷା ଦିବ୍ୟତା ଆଲୋକ ।


ଉଆଁସ ପୁଷରେ ଖାଲି

ଭୋଜିଭାତ ସଙ୍ଗାତ ପଙ୍ଗତ

ସେ ମଉକାରେ ଛକା ମାରି

ବାହାସ୍ପୋଟ ମରା

ଆଉ ବାସ ଛୁଟେ ନାହିଁ

ହସ ଖୁସି ଐତିହ୍ୟ ବସନ୍ତ ।


ହୃଦୟ ଭରସା ଛଡା

ଲଜ୍ଜା ଅପମାନ ସହି

ଧନମୋହ ମାୟା ପ୍ରବଳ ସାମନ୍ତ

ସବୁଛାମୁଆ ପ୍ରାୟ ବଶ

କିଏ ପଛୁଛି ଲୁହ ତୋର

ହତାଦର କୃପାଦେବୀ ସରସ୍ୱତୀ

ଚାରିଆଡେ ନୃତ୍ୟରତା ପିଶାଚି ରାକ୍ଷସ

ଭାଷାଆଶା ଝରିପଡ଼େ ମୌଳି

କରୁଣ ଚିତ୍କାର କରି

ଉଠ ଉଠ ଉତ୍କଳ ସନ୍ତାନ

ବେଳ ଆସି ହେଲା ରତରତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍