STORYMIRROR

ratnakar singha

Classics

3  

ratnakar singha

Classics

ସମ୍ପର୍କ

ସମ୍ପର୍କ

1 min
267


ସମ୍ପର୍କ କେବେ ନିରୁତାର ଧାରା

ଛଳଛଳ କଳକଳ

କେତେବେଳେ ସେହି କଠୋର ବନ୍ଧନେ

ଜର୍ଜରିତ ଆବିଳ ଉଦର ପାଷାଣ।


ନିୟମିତ ସେହି କ୍ଷୁଦ୍ର ଧାରା ଗୋଟି

କାୟା ଯେବେ ବାୟାବସା କରି ପ୍ରସାରିତ

ଗର୍ବ ଅହଂକାର ବିଷୟାବିଷ ପୁଣି

ମୋଦ ମୋହ ନାନା ତିରସ୍କାର ।


ଅମୃତର ସେହି ପରାଣ ହୃଦୟ

ଧସିଯାଏ ଚୋରାବାଲିର ମୋହରେ

ପଶ୍ଚାତାପେ ପୁଣି ଲୋଡିବସିଲେ ଗୋ

ମହରଗ ହୋଇ ଭାସେ କାନ୍ତାରେ ।


କାକୁତି ମିନତି ବିନତି ପ୍ରଣତି

ସବୁ ନିରର୍ଥକ ଦିନ ସ୍ୱପ୍ନର

ହଜାଇବା ଦ୍ରବ୍ୟ ଆଉଯେ ମିଳେନା

ତ୍ୱକସାର ପରା ସାର ବଚନ ।


କର୍ମର ସୁପଥେ ଆଗୁସାର ହୋଇ

ରଖିବାକୁ ପରା ପରାଣ ଟେକ

ଜାଣୁଜାଣୁ ଆମେ ନର୍କେ ପଶୁଅଛୁ

ସଂସାର ଜନର ମନ ଟିକକ ।


ଜନମିଛୁ କିଆଁ ଆପଣା ସ୍ୱାର୍ଥରେ

ମାତି ଘୋର ତମିସ୍ରାର କୋଳରେ

ଅଳିକକୁ ଅଳି ଫାନ୍ଦରେ ପକାଇ

ସାକାର କରିବୁ ପୈତୃକପ୍ରାଣ ।


ଅସମ୍ଭବ ଏହା ଜାଣ ସର୍ବଜନ

ଶାସ୍ତ୍ରର କଥାତ ନୁହେଁ ଅନ୍ୟଥା

ଧର୍ମ ବିବେକର ଅନୁଭୂତି ନେଇ

ପୂର୍ଣ୍ଣ କର ସାରାଂଶ ଜୀବନ ଗାଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics