STORYMIRROR

ratnakar singha

Classics

4  

ratnakar singha

Classics

କାଚକେନ୍ଦୁ ପାଣି

କାଚକେନ୍ଦୁ ପାଣି

1 min
15

   

ମୁଗ୍ଧ ସ୍ୱପ୍ନସବୁ ଚୁନା ହେଲାପରେ

ଆଉଆସି ଧରା ଦିଅନ୍ତିନି ମନର ମୋ ନରମ ଶେଯରେ

ମିଳନର ଆଶାସବୁ ଜତୁଗୃହେ କବର ପାଇଲାପରେ

ନିରାଶାର ବିଳପିତ ଛାତି କଡଲେଉଟାଇ ଚାହେଁ 

ଜତୁଗୃହ କାଳିମା ସ୍ଥବିରେ।

ବିଶ୍ରାନ୍ତିର ଉଜାଗର ରହି

ଶୁଣେ ଖାଲି ମାଂସର ବିଳାପ

ବିକଳ ବିଧୃତ ପ୍ରାଣେ ବିଭୀଷିକା ଉଠେ ଚେଇଁ

ରତ୍ନଭଣ୍ଡାର ଅନ୍ଧାରେ ସୁ ସୁ ସର୍ପର ଗର୍ଜନ 

ରକ୍ଷାକର ରକ୍ଷାକର ବିଧର୍ମୀର ପ୍ରାଣର ଆତୁର

ଲୋଡାନାହିଁ ଲୋଡାନାହିଁ ମୋର ଧନ ଜନ ମାନ।

ଆଗପଛ ବେତାଳରେ ମିଶେ

ସସେମିରା ମିଶାଣ ଫେଡାଣ

ଧବ ଧାଉଳିଆ ଆବେଶରେ ମିଶେ

କବନ୍ଧର ଝୁଲାମୁଣି ଚେମଚଟା ଗାନ।

ନିଖାରୁଛି କପାଳର ଗାର ବାରବାର

ଖୋଲିବାକୁ ଭାଗ୍ୟରେଖା ମୋର

ହାତତାଳି ନିରବି ଯିବାକୁ ଚାହେଁ

ସରିଗଲେ ପ୍ରସାଦ ଉଠାଣିର ବେଳ

ଧୈର୍ଯ୍ୟ ଆଉ ବିବେକର ଅଂଶୁମାନ ସହି

ଭଉଁରିର ଉଦିଆ ଚଉଁରୀ

କାଚକେନ୍ଦୁ ପାଣିତାଳେ ଲୁଚକାଳି ଖେଳେ

ମୋର ଇର୍ଷୁକରଛନ୍ଦେ ଛନ୍ଦା ବୁଢ଼ୀ ଅସୁରୁଣୀ ଖେଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics