STORYMIRROR

ratnakar singha

Classics

3  

ratnakar singha

Classics

ପ୍ରିୟ ଭାଜନ

ପ୍ରିୟ ଭାଜନ

1 min
370

କଥାରେ କଥାରେ ଅନେକ କଥାରେ

କହି ହୁଏ ଖାଲି ମୁହିଁ

ଜୀବନ ହତାରେ ବନ୍ଦୀ ରୁହେ ଖାଲି

ମହିରୂହ ପ୍ରଜାପତି।


କିଏ ସେ ପୁରୁଷ କିଏ ସେହି ନାରୀ

ଅଛି ଧୈର୍ଯ୍ୟ ପାଶ ବୋହି

ଶଙ୍ଖୁଳେ ମନକୁ ପରାଣ ମିତକୁ

ସିଞ୍ଚି ମହୀ ରସ ବୋହି ।


କିଏ ସେ ଆଦିମ କିଏ ସେ ନବୀନ

ଫରକ ରୁହେନି କିଛି

ଜଞ୍ଜାଳ ଜଳଦ ବିଷମ ପ୍ରକାଶ

ମାନେ ନାହିଁ ତାର କିଛି ।


ଦୟାର ସାଗର କ୍ଷମା ପାରାବାର

ସୁଦୟା ମିଳିବ ତାର

ପୁଣ୍ୟତୋୟା ତୀରେ ଭେଟିବା କାଳରେ

ମାନ ରଖିବେ ସେ ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics