STORYMIRROR

ratnakar singha

Others

4  

ratnakar singha

Others

ଚେନାଏ ଫରଚା ଆକାଶ : ବାଣୀମଞ୍ଚ

ଚେନାଏ ଫରଚା ଆକାଶ : ବାଣୀମଞ୍ଚ

1 min
270


ଏଇତ କିଛି ଦିନ ତଳେ

ଛଳଛଳ ଆବେଗରେ 

ମିଠାମିଠା ପରଶରେ

ଆଙ୍ଗନ ଅଗଣାରେ

ଯାହାସବୁ ପାଇଥିଲେ

ସାଇତା ମୋ ସ୍ମୃତି ଫଳକରେ।

ତିରିଶ ବର୍ଷ ତଳର ବସନ୍ତ

ଲେଉଟି ଆସିଥିଲା ଯେପରି

ପରୀ ଅନଙ୍ଗର ରୂପଧରି

କୋଳାକୋଳି ହାତ ମିଳାମିଳି

ପାଖେପାଖେ ହୃଦଖୋଲା ମନକଥା କହି

ମନ ଜିଣୁଥିଲା ସଭିଙ୍କ

ରଙ୍କଧନ ହାତମୁଠାରେ ପାଇ ।

କର୍ମଜଞ୍ଜାଳ ଜାଲରୁ ନିଜକୁ ମୁକୁଳାକରି

ମୁକ୍ତାବାର୍ଷିକୀରେ ଆସିଥିଲେ                          

ଯେଉଁ ବନ୍ଧୁ ବାନ୍ଧବୀମାନେ

ସାଉଁଟି ନେଇଗଲେ ହୃଦୟରେ ମେଞ୍ଚାମେଞ୍ଚା

ଆନନ୍ଦର ମୁକ୍ତାଫଳ ଯେ ଯାହା ପାରୁପର୍ଯ୍ୟନ୍ତ ।

ଧନ୍ୟମଣିଲେ ନିଜକୁ

ଫେରିପାଇ ଅତୀତର ଯୁବାମନ

ଅତଳ ହୃଦୟେ ନାହିଁ ବାଦଲର ଝଡଝଞ୍ଝା

ସମୁଦ୍ର ତଳର ଶାନ୍ତ ଖାଲି ପ୍ରଶାନ୍ତ ବାତାବରଣ ।           

କେତେ ନାଚିଲେ ଆମ ବନ୍ଧୁ ବାନ୍ଧବୀ ମାନେ

ନାରାୟଣ କୁନା ରତ୍ନାକର ଲୀନା ଚିନ୍ତକର

ସୁମଧୁର ଗୀତର ତାଳେତାଳେ

କେତେ ସେଲଫି ଗ୍ରୁପ ଫୋଟୋ ଉତ୍ତୋଳିତ ହେଲେ

ବ୍ୟସ୍ତ ମଞ୍ଚ ଆଉ ସବୁଜ ଗାଲିଚା ପ୍ରାନ୍ତରେ ।।        

ସମୟର ଅଙ୍କାବଙ୍କା ଢେଉର ସ୍ରୋତରେ

କେତେ ଢେଉ ଭଟ୍ଟା ପଡେ କୂଳର ତଟରେ

ଅଣତିରିଶସାଙ୍ଗ ଆମ ବିଦାୟ ନେଲେଣି

ସ୍ମୃତିଅର୍ଘ୍ୟ ଦେଲୁ ତାଙ୍କ ଅମରଆତ୍ମାରେ ।

ଆଶାକରୁ ସବୁଆମେ ଏକତ୍ରିତ ହେବୁ

ମନ୍ତମୁଗ୍ଧ ନୂଆ ପରିବେଶେ

ବାଧାର ଅର୍ଗଳି ଡେଇଁ

ଚିନ୍ତାଶୂନ୍ୟ ହୃଦୟ ଆବେଶେ

ବାରବାର କାମନା କରେ

ବାଣୀମଞ୍ଚ ପୁନର୍ମିଳନ ଆୟୋଜିତ ହେଉ

ପ୍ରତିବର୍ଷ ଆନନ୍ଦ ଉଲ୍ଲାସର ବର୍ଷ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍