ଜଳ ବହୁଳେ
ଜଳ ବହୁଳେ
ଚର୍ଚ୍ଚା ହେଲା ଜୋରଦାର
ଗତ ସନପରି ବର୍ଷା
ନାହିଁ ଏସନ ଉତ୍କଳ ଭାଗ୍ୟରେ
ଚର୍ଚ୍ଚା ହେଲା କାରଣ ବାତାବରଣ
ଖବରକାଗଜ ଅବା ଟି.ଭି. ପରଦାରେ ।
କିନ୍ତୁ ମୋ କାନେ ଶୁଣିଥିଲି ନିଜେ
ପାଣିପାଗ ବିଶେଷଜ୍ଞ ମୁହଁରୁ
ଏବର୍ଷ ସ୍ୱାଭାବିକ ହେବ ବର୍ଷା
କେରଳ ଛୁଇଁବ ନିର୍ଦ୍ଧାରିତ ସମୟ ପୂର୍ବରୁ।
ଏ ସମ୍ବାଦେ ଖୁସିହେଲା ଚାଷୀପୁଅ
ଖୁସି ହେଲେ କେନ୍ଦ୍ର ରାଜ୍ୟ ସରକାର
କୃଷକ ଖୁସିରେ କାଳେ ଜଗତ ହସେ
ଏ ସମଗ୍ର କାଳିଆ ସଂସାର ।
ଦିନ ପରେ ଦିନ ବିତେ
ଅନୁକୂଳ ହେଲା ଅକ୍ଷିମୁଠି
ମନ୍ତ୍ରୀ ନେତା ଅଭିନେତା
ଅକ୍ଷୟ ତୃତୀୟା ପର୍ବେ ହଳକରି
ବୁଣିଲେ ଗୋ ମୁଠା ମୁଠା ଅକ୍ଷିମୁଠି ।
ବିହନ ସାର ପାଇଁ
କେନ୍ଦ୍ର ରାଜ୍ୟ ଲଢାଲଢ଼ି
ଧାନତଳି ବଡ଼ ହେଲା
ଆଷାଢ଼ର ସଜ ପାଣି ପାଇ ।
କିନ୍ତୁ ହାୟ!ଏକି ହେଲା
ମୌସୁମୀଟା ଦଗା ଦେଲା
ଆଶା ଭରସା ସବୁ
ଏ ମୁଣ୍ଡଫଟା ଖରା ହସା ଉଡାଇଲା ।
ଏବେ କିନ୍ତୁ ଛେଚା ପିଟା ବର୍ଷା
ଅହରହ ବର୍ଷିଚାଲେ
ବନ୍ୟାର ତାଣ୍ଡବ ରଚେ
ଘନଘୋର ବିଭୀଷିକା ।
ବନ୍ୟାରେ ଭାସିଚାଲେ
ଆଶା ଭରସାର ତରୁ
ଚାଷ କ୍ଷେତେ ଡଙ୍ଗାଚାଲେ
ରିଲିଫ ସାମଗ୍ରୀ ଧରି
ସ୍ବେଚ୍ଛାସେବୀ ସରକାର ମହାବାହୁ ।
ଏତେ ନିଷ୍ଠୁର କାହିଁକି
କୁହ ଆହେ ଦଇବ
ଏ କି ତୋର ପରୀକ୍ଷାର ରାଜନୀତି
ବେଭାର ଆଚାର ସତେ
ହେଲାକି ଭେଳିକି ।
କଳୁଷିତ ପରମ୍ପରା
ଜନସାଧାରଣଙ୍କ ଏ ଅଜବ ରୀତି
କାଟିଲେ ଜଙ୍ଗଲ
ପୋତିଲେ ପୋଖରୀ ଗଡ଼ିଆର ଛାତି
ଗଢ଼ିଲୁ ଆପଣା ଛାଏଁ
ଆରାମ ଅଏସର କେତେ ଦିନରାତି ।
ଇନ୍ଦ୍ର ଚନ୍ଦ୍ର କିଏ ବଡ଼
ଆମେ ବଡ଼ ସ୍ୱାଭିମାନି ମାନବ ଈଶ୍ୱର
ଅହରହ ବର୍ଷାଚାଲେ ଫିକା କରେ
ମରୁଡ଼ିର ବେହାଲ ଶରୀର ।
ସ୍ୱାବଲମ୍ବନଶୀଳତା ହଜେ
ଅଯାଚିତ ସରକାରୀ ଦାୟିତ୍ୱ
ସବୁକିଛି ବୁଝିବେ ଗୋସାଇଁ
ପ୍ରାୟ ସବୁ ଦେଇଛନ୍ତି
ଯୋଜନା ଅଛି ଯେତେ
ଅସୁମାରୀ ସରକାରୀ ସାହାଯ୍ୟ ପାଇ।
ଆମ ଭରଣ ପୋଷଣ
ମୂର୍ତ୍ତିକା ସୁତ୍ତିକା କରମ
ଶାଢ଼ୀ କୁର୍ତ୍ତା ଜୋତା ଛତା
ହରିଶ୍ଚନ୍ଦ୍ର ବିବାହ ବରଣ।
ଚିନ୍ତାନାହିଁ ଚିନ୍ତାନାହିଁ
ବନ୍ୟା ବାତ୍ୟାବିପତ୍ତିକୁ
ସବୁର ସାଧନା ପ୍ରହସନ
ଏକାକାର ହୋଇଯିବ
ଧର୍ମ ନିଷ୍ଠା ଶାସନର
ଆମର ନେତା ଯେ ପ୍ରତିଭୂ ।
