STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ମଣିଷ

ମଣିଷ

1 min
219

ଏଇ ମୋର ଦେହର ଦେହଳୀ 

ପ୍ରାଣ ପକ୍ଷୀ ଯହିଁ କରେ ବାସ 

ଲାଗେ ସତେ ଏଇଠି କାଳେ 

ଦେବ ଦାନବର ଏକତ୍ର ନିବାସ!! 


ନିତି ମୁଁ ଲଢୁଛି ନିଜ ସହ 

ନିଜ ଭିତରେ ଥିବା ଦୈତ୍ୟ ସହ

କେବେ ହାରୁଛି ତ ପୁଣି କେବେ

କ୍ବଚିତ ଜିତି ବି ଯାଉଛି!! 


ହେଲେ ଏ ଲଢେଇ ଜାରି ରହିଛି

ଅହରହ ଅହର୍ନିଶି ଅନବରତ

ଘମାଘୋଟ ଦ୍ବନ୍ଦ ଯୁଦ୍ଧ

ଚିନ୍ତା ଚୈତନ୍ୟ ମନ୍ଥନ!! 


ଆତ୍ମସ୍ଥ ଦୈତ୍ୟ ଯେବେ ଜିତେ

ମୁଁ ପାଲୋଟି ଯାଏ ରାକ୍ଷସ 

ଆଉ ଯେବେ ଜିତି ଯାଏ 

ଦେବ ସ୍ଵରୂପ ମୋହରି ବିବେକ 

ମୋତେ ଲୋକେ ଡାକନ୍ତି ମଣିଷ!!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract