ମଣିଷ
ମଣିଷ
ଏଇ ମୋର ଦେହର ଦେହଳୀ
ପ୍ରାଣ ପକ୍ଷୀ ଯହିଁ କରେ ବାସ
ଲାଗେ ସତେ ଏଇଠି କାଳେ
ଦେବ ଦାନବର ଏକତ୍ର ନିବାସ!!
ନିତି ମୁଁ ଲଢୁଛି ନିଜ ସହ
ନିଜ ଭିତରେ ଥିବା ଦୈତ୍ୟ ସହ
କେବେ ହାରୁଛି ତ ପୁଣି କେବେ
କ୍ବଚିତ ଜିତି ବି ଯାଉଛି!!
ହେଲେ ଏ ଲଢେଇ ଜାରି ରହିଛି
ଅହରହ ଅହର୍ନିଶି ଅନବରତ
ଘମାଘୋଟ ଦ୍ବନ୍ଦ ଯୁଦ୍ଧ
ଚିନ୍ତା ଚୈତନ୍ୟ ମନ୍ଥନ!!
ଆତ୍ମସ୍ଥ ଦୈତ୍ୟ ଯେବେ ଜିତେ
ମୁଁ ପାଲୋଟି ଯାଏ ରାକ୍ଷସ
ଆଉ ଯେବେ ଜିତି ଯାଏ
ଦେବ ସ୍ଵରୂପ ମୋହରି ବିବେକ
ମୋତେ ଲୋକେ ଡାକନ୍ତି ମଣିଷ!!!
