ମାଟି
ମାଟି
ମାଟି ମାଆ ପାଇଁ କେତେ ଯେ ସଂଘର୍ଷ
କେତେ ରକ୍ତ ବହି ଯାଇଛି
କେତେ ଯେ ଜୀବନ ବଳିପଡିଛି ତା
ଇତିହାସ ମୁକ ସାକ୍ଷୀ ।।
ମାଟି ପାଇଁ ମହାଭାରତ ଯୁଦ୍ଧ
ସର୍ବଂସହା ବସୁନ୍ଧରା
ବୀର ଭୋଗ୍ୟା ଏଇ ବସୁନ୍ଧରା ବୋଲି
କୁହନ୍ତି ବିବୁଧେ ପରା ।।
ମରତ ମାଟିକୁ ଅମର ବିସେଶେ
ହୋଇ ଥାନ୍ତି ଆକର୍ଷିତ
ଅବତାର ରୂପେ ଅବତରି ଧରା
କରନ୍ତି ଗୈାରବାନ୍ଵିତ ।।
ଗନ୍ଧର୍ବ,ରାକ୍ଷସ,ଯକ୍ଷ, ପିଶାଚ
ବିଚରଣ କରୁଥାନ୍ତି
ବକ୍ଷରେ ତାହାର ବିତେ ସତେ କେତେ
ଷଡ ରୁତୁ ଦିବା,ରାତି ।।
ଗାଆଁ ମାଟି ଗାଆଁ ପୁଷ୍କରିଣୀ ନୀଳ
ଜଳେ ଏଠି ପଦ୍ମ ଫୁଟେ
ସଞ୍ଜ ଆସିଲେ ଶଶି ହସ ଧାରେ
କୁମୁଦିନୀ ବାସ ଛୁଟେ ।।
ମାଟିରେ ଜନମ ମାଟି ଷଠିଘର
ଜଳିଛି ଇନ୍ତୁଡି ନିଆଁ
ଶମଶାନେ ଜଳି ଯା ସଙ୍ଗେ ମିଶିବୁ
ସିଏ ମୋର ମାଟି ମାଆ
ମାଟିଘଟ ତୋର ମାଟିରେ ମିଶିବି
ଉଡିଯିବ ସୁନା ଶୁଆ ।।