STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ମାଟି

ମାଟି

1 min
194


ମାଟି ମାଆ ପାଇଁ କେତେ ଯେ ସଂଘର୍ଷ

କେତେ ରକ୍ତ ବହି ଯାଇଛି

କେତେ ଯେ ଜୀବନ ବଳିପଡିଛି ତା

ଇତିହାସ ମୁକ ସାକ୍ଷୀ ।।


ମାଟି ପାଇଁ ମହାଭାରତ ଯୁଦ୍ଧ

ସର୍ବଂସହା ବସୁନ୍ଧରା

ବୀର ଭୋଗ୍ୟା ଏଇ ବସୁନ୍ଧରା ବୋଲି 

କୁହନ୍ତି ବିବୁଧେ ପରା ।।


ମରତ ମାଟିକୁ ଅମର ବିସେଶେ

ହୋଇ ଥାନ୍ତି ଆକର୍ଷିତ 

ଅବତାର ରୂପେ ଅବତରି ଧରା

କରନ୍ତି ଗୈାରବାନ୍ଵିତ ।।


ଗନ୍ଧର୍ବ,ରାକ୍ଷସ,ଯକ୍ଷ, ପିଶାଚ

ବିଚରଣ କରୁଥାନ୍ତି

ବକ୍ଷରେ ତାହାର ବିତେ ସତେ କେତେ

ଷଡ ରୁତୁ ଦିବା,ରାତି ।।


ଗାଆଁ ମାଟି ଗାଆଁ ପୁଷ୍କରିଣୀ ନୀଳ

ଜଳେ ଏଠି ପଦ୍ମ ଫୁଟେ

ସଞ୍ଜ ଆସିଲେ ଶଶି ହସ ଧାରେ

କୁମୁଦିନୀ ବାସ ଛୁଟେ ।।


ମାଟିରେ ଜନମ ମାଟି ଷଠିଘର

ଜଳିଛି ଇନ୍ତୁଡି ନିଆଁ

ଶମଶାନେ ଜଳି‌ ଯା ସଙ୍ଗେ ମିଶିବୁ

ସିଏ ମୋର ମାଟି ମାଆ

ମାଟିଘଟ ତୋର ମାଟିରେ ମିଶିବି

ଉଡିଯିବ ସୁନା ଶୁଆ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics