STORYMIRROR

Prafulla Chandra Mishra

Tragedy Inspirational Others

3  

Prafulla Chandra Mishra

Tragedy Inspirational Others

ଚିନ୍ତା କରିବାର ସମୟ

ଚିନ୍ତା କରିବାର ସମୟ

1 min
250


ଛଶହ ବର୍ଷ ମୋଗଲ ଶାସନ ତିନିଶହ ବର୍ଷ ଗୋରା

ଭାରତ ବର୍ଷରେ ଅକାଳ ଚଡକ ସବୁ ଛିନ୍-ଭିନ୍ କଲା

ବୈଦିକ ସଂସ୍କୃତି ମୁନି ଋଷି ବେଦ ପୁରାଣ ହୋଇଲା ଜୁର

ନିଜର ସଂସ୍କୃତି ଧର୍ମ କର୍ମ ଯେତେ ମନରୁ ହୋଇଲା ଦୂର ।।


ନିଜଧର୍ମେ ମୃତ୍ୟୁ ଶ୍ରେୟ ବେଦ କହେ ପରଧର୍ମ ଭୟାବହ 

ସେମିତି ଭାରତ ବର୍ଷ ପରଧର୍ମେ ନିଜ ଧର୍ମ କରି କ୍ଷୟ

ଭୋଗୁଅଛି ଆଜି ଦୁଃସହ ଯନ୍ତ୍ରଣା ଭୋଗଇ ଅନେକ ଦୁଃଖ

ଦିନୁ ଦିନ ଦେଖ ମାଡ଼ି ଆସୁଅଛି ଛଡ଼ାଇ ନେଉଛି ସୁଖ ।।    


ମୋଗଲ ସଂସ୍କୃତି ପରେ ପାଶ୍ଚାତ୍ୟ ର ସଂସ୍କୃତି ଆଦରି ନେଇ

କେଉଁ କୁଳର ଯେ ହୋଇ ନପାରିଲୁ ନିଜ ଧର୍ମ ଭୁଲିଯାଇ

ବେଦ ଶାସ୍ତ୍ର ବାଣୀ ଅନ୍ୟଥା ନୁହଇ ପରିକ୍ଷିତ ସତ୍ୟ କଥା

ଭାବିଲା ବେଳକୁ ବେଳ ସରିଯାଏ ବଳିପଡିଲାଣି ବ୍ୟଥା ।।


ଚିନ୍ତା କରିବାର ସମୟ ଆସିଛି ହେଳା କଲେ ଭେଳା ତୋର 

ବୁଡିଯାଇପାରେ ଅପେକ୍ଷା ନକରି ଏବେ ଠାରୁ ଚିନ୍ତା କର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy