STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ପ୍ରେମ ମୟୀ ମହୀ ମଣ୍ଡନା

ପ୍ରେମ ମୟୀ ମହୀ ମଣ୍ଡନା

1 min
221


ପ୍ରେମ ମୟୀ ନୀଳ ନୟନା

 ଚାରୁଚନ୍ଦ୍ର ମୁଖୀ ଗୋକ୍ଷୀର ବରଣା

ମୋ ହୃଦୟ ରାଣୀ ଲଳନା ।।


ତୋ ପାଇଁ କବିର କବିତା ସମ୍ଭାର

        ଚିତ୍ର କର ଚିତ୍ରପଟ

ତୋ ପାଇଁ ଜୀବନ ରସମୟ ସହୀ

       ମନ ହୁଅଇ ଉଚ୍ଚାଟ

ତୋ ବିନା,  ମନ ହୁଏ ଆନମନା

   ପ୍ରେମ ମୟୀ ନୀଳ ନୟନା ।।


ପ୍ରଣୟ ଯଜ୍ଞରେ ପ୍ରୀତି ର ଆହୁତି

     କାମଦେବ ଫୁଲ ଶର

କୋପ ପ୍ରଶମିତ ହୋଇଯାଏ ମିତ

      ଜୀବନ ହୁଅଇ ସ୍ଥିର

ତୁ ସିନା, ମୋର ମନର ମଇନା

   ପ୍ରେମ ମୟୀ ନୀଳ ନୟନା ।।


ପ୍ରେମର ସାଗରେ ତରୀ ସମ ନାରୀ

       ସଂସାର ସିନ୍ଧୁ ଗରଭେ

ପାରି କରିପାରେ ତା ବିହୁନେ ନର

      ପୂର୍ଣ୍ଣତା ପ୍ରାପ୍ତ କି ଲଭେ

“କଳନା,  ନାହିଁ” ତୁ ମହୀ ମଣ୍ଡନା

     ପ୍ରେମ ମୟୀ ନୀଳ ନୟନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance