STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ମନ ପରା ଯାଆ ତୁ ଯାଆ ରେ

ମନ ପରା ଯାଆ ତୁ ଯାଆ ରେ

1 min
351


ମନ ପାରାରେ ଯାଆ ତୁ ଉଡି ଉଡି ଯା

ଶ୍ରୀନୀଳାଚଳ ର ଖଳାରେ ଯାଇ ତୁ ଆନନ୍ଦେ ଘୁମୁରୁ ଥାଆ ରେ

ମନ ପାରା ରେ, ଯାଆ ତୁ ଉଡି ଯା ।।


ନାହିଁ ଆଉ ଏଠି ସୁଖ ଶରଧା ରେ ସବୁ ତ ଗଲାଣି ହଜି

ମଣିଷ ସମାଜ ଦାନବ ଠୁ ହୀନ ସବୁ ଧପାବାଜ୍ ପାଜି

ଜୀବନ ଦୁଃସହ ନାହିଁ ପରିଣତ୍ରାଣ କେହି କହିବେନି ଆହା ରେ

ମନ ପାରା ରେ, ଯାଆ ତୁ ଉଡି ଉଡି ଯା ।।


ଏଠି ଉଡୁଥିଲେ କି ଲାଭ ପାଇବୁ ଜୀବନ ବିପନ୍ନ କରି

ତୋ ଭାଷା ବୁଝିବ କିଏ ବା ଏଠାରେ ଅଦିନେ ଯିବୁରେ ମରି

ସେଠି ମରିଗଲେ ବଇକୁଣ୍ଠ ପୁରେ ନେବଯିବେ ମୋ କାଳିଆ ରେ

ମନ ପାରା ରେ, ଯାଆ ତୁ ଉଡି ଉଡି ଯା ।।

 

ଭୋକ ହେଲେ ଖୁଣ୍ଟି ମହାର୍ଦ କଣିକା ଖାଇ ଲଭିବୁ ତୃପତି

ଶୋଷ ହେଲେ ଟଙ୍କ ତୋରାଣି ପିଇବୁ ପ୍ରାଣ ହୋଇଯିବ ଶାନ୍ତି

ଏଠି ଯେତେ ଖାଦ୍ୟ ପାଣି ତୁ ଦେଖୁଛୁ ସବୁ ଜହର ମହୁରା ରେ

ମନ ପାରା ରେ, ଯାଆ ତୁ ଉଡି ଉଡି ଯା ।।


ସେଠି ଦେଖୁଥିବୁ ନିତ୍ୟ ରାହାସରେ ସଦା ମଳୟ ପବନ

ସେଠି ଶୁଣୁଥିବୁ ନିତ୍ୟ ଭଜନ ରେ ପବିତ୍ର ହୋଇବ କର୍ଣ୍ଣ

ଧନ୍ୟ ହୋଇଯିବ ଜୀବନ ପାଇଵୁ ଆଶା ବିଶ୍ଵାସ ର ରାହା ରେ

ମନ ପାରା ରେ, ଯାଆ ତୁ ଉଡି ଉଡି ଯା ।।


ମନ ଆକାଶରେ କାଳିଆ ବାଦଲ ଅନ୍ଧାର ଦିଶଇ ମହୀ

ଅଦିନିଆଁ ଝଡ ବତାସ ଭାଙ୍ଗିବ ନୀଡ଼ ନେବରେ ଛଡ଼ାଇ

ଶୁଣିବ କିଏସେ ତୋ ଅନ୍ତର ବ୍ୟଥା କେହି କରିବେନି ଆହାରେ

ମନ ପାରା ରେ, ଯାଆ ତୁ ଉଡି ଉଡି ଯା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍