STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ଉତ୍କଳ ଦିବସ ଏମିତି

ଉତ୍କଳ ଦିବସ ଏମିତି

1 min
412


ଉତ୍କଳ ଦିବସ ପାଳନ ହେଉଛି ମହାଆଡମ୍ବର ଭରେ

ସ୍ଵାର୍ଥପର ସବୁ ଓଡ଼ିଆ କରନ୍ତି ଖେଳ କେତେ କୌତୁହଳେ

ସୀମାନ୍ତ ଅଞ୍ଚଳ ପଡୋଶୀ ନିଅନ୍ତି ଛଡ଼ାଇ ହାତରୁ ଆମ

ଆମେ ଉତ୍କଳୀୟ ହରାଇ ଚାଲିଛୁ ଆମ ମାନ ସନମାନ ।।


କୋଟିଆ ଆନ୍ଧ୍ର ବାଲେଶ୍ଵର ବଙ୍ଗ ଛତିଶଗଡ଼ର ସୀମା

ଧୀରେ ଧୀରେ ଆମ ହାତ ଛଡା ହୁଏ ଦେଖାଉ ଆମେ ବଡିମା

ସଂପୂର୍ଣ୍ଣ ଉତ୍କଳ ହେଲାନାହିଁ ସ୍ଵପ୍ନ ଅଧୁରା ରହିଛି ଆଜି

ଲୋପ ପାଇଯାଏ ଉତ୍କଳ ଉତ୍କର୍ଷ ଓଡ଼ିଆ ଗୌରବ ରାଜି ।।


କାନ୍ଦଇ ଜନନୀ ମାଆ ମାତୃଭୂମି ମାତୃଭାଷା ସଂକଟ ରେ

ମୋ ଦୁଆରେ ମୁଉଁ ସିଂହ ସାଜିଛି ଶ୍ଵାନ ସମ ପ୍ରକୃତି ରେ

ଆଜି ମୋ ଉତ୍କଳ ଚିତ୍ର ବିବର୍ଣ୍ଣ କାହାକୁ କହିବି କୁହ

ପୂର୍ବ ସୂରୀ ମୋର ତାରାକା ସରଗୁ ଢାଳନ୍ତି ଅସରା ଲୁହ ।।


ତଥାପି ମୋ ଜାତୀ ମୋ ଜାତୀୟ ନେତା କବି ବୁଦ୍ଧିଜୀବୀ ମିଶି 

ଉତ୍କଳ ଦିବସ ପାଳନ କରନ୍ତି ଏଣେ ଉତ୍କର୍ଷ ଯାଉଛି ହଜି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational