STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ଅମାବାସ୍ୟା

ଅମାବାସ୍ୟା

1 min
188


ଅମାବାସ୍ୟା ଅନ୍ଧାର,

ଡର ପୁଣି ସଭିଙ୍କର

କଳା ଚିକ୍ମିକ୍ ଦିଶେ ମୁହଁ

କଥା ସବୁ ଧିମେଇ ଯାଏ କାନ ପାଖେ

ବଢିଯାଏ ହୃତ ସ୍ପନ୍ଦନ

କାଳେ କିଏ ଦେଖି ଦେବ

ଅସରୀରି ଶରୀର ଖୋଜୁଛି ।।


ଅମାବାସ୍ୟା ଅନ୍ଧାର,

ତୁମ ପାଇଁ ଅପେକ୍ଷା

ସରି ସରି ଆସେ

ଶାନ୍ତିର ଉଷୁମ କୋମଳ ସ୍ପର୍ଶ ର

ଅଭିଳାଷ ନେଇ

ଶୀତ ରାତି ଭଳି ଭାରି ପ୍ରିୟ ଅନୁଭୂତି ।।


ଅମାବାସ୍ୟା ଅନ୍ଧାର,

ଷୋଡ଼ଶୀ ସୁନ୍ଦରୀ

ଅନିନ୍ଦ୍ୟ ରୂପବତୀ

ଓଢ଼ଣା ଆଢୁଆଳରେ 

ଦୀକ୍ ଦୀକ୍ ଆଲୁଅରେ 

ଛାତି ତଳେ ଉତ୍ତାଳ ତରଙ୍ଗ

ଭାସି ଯିବାକୁ ଡର, ଭସେଇ ଦେବାକୁ ଡର ।।


ଅମାବାସ୍ୟା ଅନ୍ଧାର, 

ରାକ୍ଷସ ର କିଳିକିଳା ରଡ଼ି

ଖିନ୍ ଭିନ୍ କରି ଦେବ

ସଜ ଫୁଲ ସହ ବଗିଚା ଇଲାକା

ନା ହୁଏତ ଭଲ ପାଇ ବସିଲା

ସେ ଢଳ ଢଳ ଦୁଇ ଆଖିକୁ

ପ୍ରବୃତ୍ତି ଆଉ ପ୍ରକୃତି ଭିତରେ ବଞ୍ଚିବାକୁ ହେବ ଏଥର ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract