STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସତ୍ୟର ମନ୍ଥନ#ଲଭ୍-ଲଙ୍ଗୁଏଜ୍

ସତ୍ୟର ମନ୍ଥନ#ଲଭ୍-ଲଙ୍ଗୁଏଜ୍

1 min
134


ଦୀର୍ଘ ବର୍ଷ ପରେ ସତ୍ୟର ମନ୍ଥନ

   ସତ୍ୟବାଦୀ ହେବା ପାଇଁ,

ଉଚିତ ସମୟ ସତ୍ୟର ପ୍ରବାହ

   ଦିଶୁଛି ଦେଶର ପାଇଁ।


ଅସତ୍ୟ କାହାଣୀ ସରୁଛୁ ଦେଶରୁ

  ହେଉଛି ଧର୍ମର ଜୟ,

ପବିତ୍ରତା ଗନ୍ଧ ଫୁଟି ପଡୁଅଛି

  ଅଧର୍ମର ପରାଜୟ।


ମନ୍ଥନ ପରିଟି ମନ୍ଥନ ଚାଲିଛି

  ସତ୍ୟ ଅସତ୍ୟର ମଧ୍ୟେ,

ସତ୍ୟପଥ ଜନ ଗ୍ରହଣ କରନ୍ତି

  ଅହିଂସାର ମନ୍ତ୍ର ମଧ୍ୟେ।


ପୌରାଣିକ ଗାଥା ଆବିର୍ଭାବ ହୁଏ

  ଧର୍ମ ସନାତନ ମଧ୍ୟେ

ରାମଙ୍କ ଆଦର୍ଶ ସଂଦେଶ ଦେଉଛି

  ଦେଶର ଜନତା ମଧ୍ୟେ।


ସର୍ବେ ସୁଖିନାର ପବିତ୍ର ମନ୍ତ୍ରର

  ସେବା ଭାବ ଗୁଞ୍ଜେ ହୃଦେ

ଜନକଲ୍ୟାଣରେ ଲାଗିରହିଛନ୍ତି

  ସ୍ବପ୍ନ ରାମରାଜ୍ୟ ହୃଦେ।


ଦିଶୁଛି କୀରଣ ଆତ୍ମବିଶ୍ବାସର

  ଚାଲିଛି ବହି ସମୀର

ଆତ୍ମନିର୍ଭର ର ସବୁ ଅସ୍ତ୍ରଶସ୍ତ୍ର

  ନିର୍ମାଣ ହିଁ ଦେଶର।


ରାମରାଜ୍ୟ ପରି ଶାସନ ବ୍ୟବସ୍ଥା

  ଦିଶୁଛି ରାଷ୍ଟ୍ରର ମଧ୍ୟେ

ବୈଭବରେ ପୂର୍ଣ୍ଣ ରାଷ୍ଟ୍ର ହେଉ ଅଛି

  ଦିଶୁଛି ରାଷ୍ଟ୍ରର ମଧ୍ୟେ।


ଦୀର୍ଘ ବର୍ଷ ପରେ ସତ୍ୟର ମନ୍ଥନ

  ସତ୍ୟବାଦୀ ହେବା ପାଇଁ

ଉଚିତ ସମୟ ଉଚିତ ପ୍ରବାହ

  ଦିଶୁଛି ଦେଶର ପାଇଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract