STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଜୀଵନ

ଜୀଵନ

1 min
260

ମୁଁ ଦେଖେନା ଜୀବନକୁ 
ଜୀବନ ସୁଲଭ ଦୃଷ୍ଟିରେ 
ମୋ ପାଇଁ ଜୀବନର ସଂଜ୍ଞା 
ପରିଭାଷା ବଦଳି ସାରିଛି 
ଜୀବନକୁ ମୁଁ ଯେବେ ନିକଟରୁ 
ଦେଖେ, ସେ ଦୁରେଇ ଯାଏ 
ଜୀଵନ କୁ ଯେବେ ଭଲ ପାଏ 
ସେ ବିମୁଖ ହୁଏ.....
ଜିଁବାକୁ ଜୀଵନ ଭଳି ଜୀଵନ 
ଖୋଜିବାକୁ ଜୀବନର ସଂଜ୍ଞା 
ପ୍ରକୃତ ପରିଭାଷା 
ମୁଁ ଯେବେ ଅନ୍ୱେଷଣ କରେ 
ସନ୍ଧାନ କରେ ଜୀବନର 
ସେତିକି ବେଳେ ଜୀଵନ ଟା 
ଅଟ୍ଟହାସ୍ୟ କରେ.......


Rate this content
Log in

Similar oriya poem from Abstract