ପଥିକ
ପଥିକ
ସ୍ବପ୍ନ ମୋର ଅଗଣିତ, ଆକାଶର
ନକ୍ଷତ୍ରପୁଞ୍ଜ, ମୁଁ ତୃଷାର୍ତ୍ତ ପଥିକ
ଜୀଵନ ମରୁପ୍ରାନ୍ତ, ଭ୍ରାନ୍ତ
ଲାଗେ ସ୍ବପ୍ନ, ପାଲଟିଯାଏ
ମରୀଚିକା, ସେହି ମରୁପ୍ରାନ୍ତ
ଜୀବନର, ଦିଗବଳୟ ର
ମଧ୍ୟ ବିନ୍ଦୁରେ ଦଣ୍ଡାୟମାନ
ହୋଇ, ମୁଁ ଯେବେ ବୈଚିତ୍ର
ଦେଖେ, ସେତିକିବେଳେ
ସବୁକିଛି ବିଚିତ୍ର ଲାଗେ
