ଅହଂତ୍ୱ
ଅହଂତ୍ୱ
ମୁଁ ଗୋଟିଏ ଅକ୍ଷର, କୁହାଯାଏ
ଏହି ଗୋଟିଏ ଅକ୍ଷର କାଳେ
ବୁଝାଏ ବୋଲି ଅହଂତ୍ୱ କୁ
ସେହି ଅହଂତ୍ୱ ର ଅନ୍ଧଗଳି ରେ
ମୁଁ ଆଉ ଆବିଷ୍କାର କରିପାରେନା
ନିଜକୁ ନିଜେ, କିଛି ବି କରିପାରେନା
ନୂଆ ଉଦ୍ଭାବନ ଚିନ୍ତା ଚେତନା
ଭାବିଥାଏ ସବୁ ନିଜର
ଲାଗେ କିନ୍ତୁ ସବୁ ସାତପର
ମୁଁ ଗୋଟିଏ ଅକ୍ଷର
ମୁଁ ଶବ୍ଦ ଏକ ସଂକୀର୍ଣ୍ଣତାର
ବୁଝିପାରିଲେ ସିନ୍ଧୁ
ଏକ ଅଥଳତାର, ନ ବୁଝିଲେ
ଭାଷା ଏକ ସଂକୀର୍ଣ୍ଣତାର
