ଆମ ଜଗା କାଳିଆ
ଆମ ଜଗା କାଳିଆ


ବ୍ରହ୍ମାଣ୍ଡ ଠାକୁର ଭାଈ ଆମ ଜଗା କାଳିଆ
ଜଗତରେ କେହିନାହିଁ ଆଉ ତାହା ଭଳିଆ l
ଜଗତ ଠାକୁର ତାର କାମ ଗୋଳମାଳିଆ
ଗୋଳିଆପାଣିରୁ ସିଏ ଧରେ ବଡ଼ ବାଳିଆ l
ରଥ ଯାତରା କରଇ ହୋଇ ଭକ୍ତ ମେଳିଆ
ରଥ ଅଟକିଲା ପ୍ରେମେ ସାଲବେଗ ବଳିଆ l
ଗୋପପୁରେ ନଟବର ସେ ମୟୂର ଚୂଳିଆ
କଂସ ମାରି ପକାଇଲା ପୁଣି ତା ମଉଳିଆ l
ଭକ୍ତ ପରେ ଦୁଃଖ ଲଦି ପରବତ ଭଳିଆ
ଭକ୍ତ ଭକ୍ତି ପରଖି ସେ କରେ ଦେବାଳିଆ l
ଭକତ ବତ୍ସଳ ସିଏ ଭକ୍ତ ଗଳା ମାଳିଆ
ବନ୍ଧୁପଣେ ବଢ଼ାଇଲା ନିଜ ଭୋଗଥାଳିଆ l
ବଡ଼ ବଡ଼ ଚକା ଆଖି ରୂପ ତାର କାଳିଆ
ହସ୍ତ ପ୍ରସାରି ବସିଛି ସବୁ ଦେଲା ଭଳିଆ l
କପଟିଆ ଲମ୍ପଟିଆ ସେ ତ ବଡ଼ ଛଳିଆ
ଛଟକେ ହରଇ ପାପ ଗିରିବର ତୋଳିଆ l
କୃପାସିନ୍ଧୁ ବାସ ତାର ମହୋଦଧି କୁଳିଆ
ପାଦପଦ୍ମେ ଧ୍ୟାନ ଲଗା ମନବଗା ବଳିଆ l