STORYMIRROR

Santosh Kumar Ojha

Inspirational

3  

Santosh Kumar Ojha

Inspirational

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
138



ହାସ୍ୟମୟି ଲାସ୍ୟମୟି

     ମମତାର ରାଣୀ ,

ସ୍ନେହ କାଙ୍ଗାଳିନୀ କେବେ

    ନାରୀ ନାରାୟଣୀ ।

ବାତ୍ସଲ୍ଯର ବାଈ କୋଠି

     ପ୍ରେମେ ବୈତରଣୀ ,

ଜନନୀ ଭଗିନୀ ଜାୟା

    ନାରୀ ନାରାୟଣୀ ।

ଦୁର୍ଗତିନାଶିନୀ ଦୁର୍ଗା

     ସଙ୍କଟେ ତାରିଣୀ ,

ମହାକାଳୀ ମହାଲକ୍ଷ୍ମୀ

     ନାରୀ ନାରାୟଣୀ ।

ସଂଜ ହେଲେ ଜାଳେ ସଂଜ

      ଟାଣି ତା' ଓଢ଼ଣୀ ,

ସଜାଡ଼େ

ସଂସାର ସାଜି

     ନାରୀ ନାରାୟଣୀ ।

ମଙ୍ଗଳ ମନାସି ଡାକେ

       ମଙ୍ଗଳାଙ୍କୁ ପୁଣି ,

ମନ୍ଦାଚାରେ ମନ୍ଦାକିନୀ 

     ସାଜେ ନାରାୟଣୀ ।

ସତୀ ନାରୀ ସତ୍ୟ ପାଇଁ

     ସାଜେ କଳଙ୍କିନୀ ,

ଅସତ୍ୟ ଅସହ୍ୟ ହେଲେ

     ନାରୀ ନାରାୟଣୀ ।

ମାଗେ ନାହିଁ ପୂଜ୍ୟା ପୂଜା

     ସାଜେ ପୂଜାରିଣୀ ,

ଦୟା କ୍ଷମା ଚିରନ୍ତନୀ

     ନାରୀ ନାରାୟଣୀ ।


Rate this content
Log in

Similar oriya poem from Inspirational