Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

3  

Santosh Kumar Ojha

Others

ସବୁ ଘଟଣା, ନୁହେଁ ଦୁର୍ଘଟଣା

ସବୁ ଘଟଣା, ନୁହେଁ ଦୁର୍ଘଟଣା

1 min
205



ବୁଲୁ ଥିଲେ ଚକ

ବୁଲି ପଡ଼େ ଅଖ

    ଘଟି ଚାଲେ ବହୁ ଘଟଣା ,

କିଛି ଥାଏ ଜଣା

କିଛି ତ ଅଜଣା

    ସବୁ ନୁହେଁ କହି ଦୁର୍ଘଟଣା ।

କିଛି ପ୍ରୟୋଜକ

କିଛି ଆକସ୍ମିକ 

    କିଛି କିଛି ପୁଣି ସଂପାଦିତ ,

କିଛି ହୁଏ ସ୍ମୃତି

ଅଥବା ବିସ୍ମୃତି 

     କିଛି ହେଇ ଯାଏ ଅତୀତ ।

କିଛି ଦିଏ ଦୁଃଖ

କିଛି ଆଣେ ସୁଖ

     ଆଉ କିଛି ଦିଏ ଯାତନା ,

ବଞ୍ଚିବାକୁ ପଡ଼େ

ପଡ଼ି କଣ୍ଟା ବାଡ଼େ

    ସହି ସହି ମିଛ ଲଞ୍ଝନା ।

କିଛି ଯାଚେ ଫୁଲ

କିଛି ମାଗେ ମୂଲ

     କିଛି କଲବଲ କରଇ ,

କିଛି ଦିଏ ମାନ

କିଛି ଅପମାନ

     ଝଲମଲ ସ୍ବପ୍ନ ରଚଇ ।

କିଛି ମରୀଚିକା 

କିଛି ଦିଏ ଧୋକା

     କିଛି ପୁଣି ଶିକ୍ଷା ଦିଅଇ ,

କିଛି ତ ସରସ

ରଚେ ଇତିହାସ

     କିଛି କାଳ ବଳେ ଲୁଚଇ ।

କିଛି ଦିଏ ଫଳ

କିଛି ଦିଏ ବଳ

      କିଛି କରଇ ବେସାହାରା ,

ଜୟ ,ପରାଜୟ

ବିଶ୍ବାସ,ସଂଶୟ

    କିଛି ଖୋଜେ କର୍ମ ଆଶରା ।

କିଛି ଅଘଟଣ

କିଛି ନାମ ହୀନ

    କିଛି ମିଠା ମିଠା ଯନ୍ତ୍ରଣା ,

କିଛି ଦିଏ ଲୁହ

କିଛି ଶୋଷେ କୋହ

    ସବୁ ଯାକ ନୁହେଁ ଦୁର୍ଘଟଣା ।


        


Rate this content
Log in