Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

4  

Santosh Kumar Ojha

Others

ଚିଲିକା

ଚିଲିକା

1 min
305



ସାରା ସଂସାର ର ସୌନ୍ଦର୍ଯ୍ୟ ତୋ'ଠି

           ତୁ' ଲୋ ସୁନ୍ଦରୀ ଚିଲିକା ,

ତୋ'ପାଇଁ ଭାବୁକ ଭାବେ ଯେତେ ବେଶି

         ଭାବୁ ଥାଏ ତା'ଠୁ ଅଧିକା ।

ନୀଳ ସାଗର ର ନୀଳିମାରେ ଭିଜି

         ନୀଳାମ୍ବୁ ତୋ କାୟା , ମନ ,

ଦେଶ ବିଦେଶର ପକ୍ଷୀଙ୍କ ଆଦର

           ତୋର ସେଇ ପକ୍ଷୀବନ ।

କାୟାରେ ତୋହର କୁଢ଼ କୁଢ଼ ଦ୍ବୀପ

            ଲାଗେ ବଡ଼ ବଡ଼ କୁଦ ,

ପାରି ହେଇ ଯାଏ ନୌ-ବଣିକ ଲୋ

           ନାମ ହେଲା ପାରିକୁଦ ।

ମାଲ୍ ବୋହି ଆଣି ଠୁଳ କରେ ଯେଠି

          ନାମ ଦେଲା ଜାଣି ମାଲୁଦ ,

ତୀରେ କାଳୀଜାଈ ପ୍ରତ୍ୟେକ୍ଷ ଦେବୀ ଲୋ

        କାହାଣୀ ତା' ବଡ଼ ଦୁଃଖଦ ।

ଦୂରୁ ଉଡ଼ି ଆସି ପକ୍ଷୀ ମାନେ ଯହିଁ

            ରଚନ୍ତି ନିଜ ନିଜ ନୀଡ଼ ,

କଥା ଅଛି ପକ୍ଷୀ ହଗି ଗଢ଼ିଛନ୍ତି

            ଚଢ଼େଇ ହଗା ପାହାଡ଼ ।

ଅନତି ଦୂର ରୁ ଦିଶେଲୋ ଚିଲିକା

            ମାମୁଁ ଭଣଜାର ପାହାଡ଼,

ପାଖେ ଛୁଇଁଛି ଲୋ ନୀଳ ସାଗର କୁ

         ସପେଟା ପରି ତୋ ଆକାର ।

ନୁହେଁ ବି ମଧୁର ନୁହେଁ ବି ଲୁଣିଆ

         କ୍ଷାର କ୍ଷାର ଲାଗେ ତୋ ଜଳ ,

ଏସିଆ ରେ ବଡ଼ ଲବଣ ହ୍ରଦ ତୁ

           ବିରାଟ ପର୍ଯ୍ୟଟନ ସ୍ଥଳ ।

ବର୍ଣ୍ଣମାଳା ସିନା ନିଅଣ୍ଟ ପଡ଼ୁଛି

          ବର୍ଣ୍ଣିବାକୁ ତୋର ଏ ଗାଥା ,

ଇତିହାସ ପଛେ ଇତି କରି ଦେଉ

         ଲେଖକ ଲେଖୁ ଥିବ କଥା ।।

        


Rate this content
Log in