Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

3  

Santosh Kumar Ojha

Others

ବେଙ୍ଗ କହେ ବେଙ୍ଗୁଲି ଲୋ।

ବେଙ୍ଗ କହେ ବେଙ୍ଗୁଲି ଲୋ।

1 min
126



କାଲି ଯିଏ ଡାକ୍ତର

      ଆଜି ସିଏ ଯୋଗୀ

କାଲି ଥିଲା ସଂସାରୀ ଯେ

     ଆଜି ସାଜେ ଯୋଗୀ

କାଲି ମାଗି ଖାଉଥିଲା

       ଆଜି ମହାଜନ

ବେଙ୍ଗ କହେ ବେଙ୍ଗୁଲି ଲୋ

       ପୃଥ୍ବୀ ଘଡ଼ି ଘଡ଼ିକେ ଆନ ।

କାଲି ଯେ ଅରୁଆ ଥିଲା

        ଆଜି ସେ ମଳୁଖ

କାଲି ଯିଏ ଥିଲା ଜ୍ଞାନୀ

        ଆଜି ସେ ମୂରୁଖ 

ପ୍ରବଚକ ସାଜି ମୂର୍ଖ

        ବାଣ୍ଟୁଥାଇ ଜ୍ଞାନ

ବେଙ୍ଗ କହେ ବେଙ୍ଗୁଲି ଲୋ

       ପୃଥ୍ବୀ ଘଡ଼ି ଘଡ଼ିକେ ଆନ ।

ଆଜି ଯିଏ ରତ୍ନାକର

      କାଲି ବାଲ୍ମିକ

ସିଂହାସନ ଛାଡ଼ି ରାମ

        ବନର ପଥିକ

ମହାଜ୍ଞାନୀ ଲଙ୍ଗାଧିଶ

        କରେ କର୍ମହୀନ

ବେଙ୍ଗ କହେ ବେଙ୍ଗୁଲି ଲୋ

       ପୃଥ୍ବୀ ଘଡ଼ି ଘଡ଼ିକେ ଆନ ।

ଆଜି ଥିଲା ଆଧୁନିକା

       କାଲି ସେ ସଂସ୍କାରୀ

ରାଜ ପୁତ୍ର ବୋଧିସତ୍ତ୍ବ

         କାଲି ବ୍ରହ୍ମଚାରୀ 

କାଲି ଥିଲା ହେତୁବାଦୀ

        ଆଜି ପୂଜେ ଭଗବାନ

ବେଙ୍ଗ କହେ ବେଙ୍ଗୁଲି ଲୋ

       ପୃଥ୍ବୀ ଘଡ଼ି ଘଡ଼ିକେ ଆନ ।


         


Rate this content
Log in