STORYMIRROR

Er. Suchismita Satpathy

Inspirational Others

3  

Er. Suchismita Satpathy

Inspirational Others

ମନ ବୃନ୍ଦାବନ

ମନ ବୃନ୍ଦାବନ

1 min
203

ଅନେକ ଭିତରେ ଏକକ ଭାବକୁ

ଖୋଜିବା ମହତ କାମ,

ଭାବିଲେ ଲାଗେ ଯେ କେମିତି ଖୋଜିବା 

ଏହା ତ ବିରାଟ କାମ।


ଆଶା ନିରାଶାର ଲୁଚକାଳି ଖେଳେ

ସମୟ ଯେ ଅନ୍ୟ ନାମ,

ଆଗ ପଛ ହୋଇ ଧାଇଁ ଚାଲିଗଲା

ମନ ବୃନ୍ଦାବନ ଧାମ।


କି ଅପୂର୍ବ ରୂପ କି ମନୋହର ସେ

ବୁଦ୍ଧି ହୋଇଗଲା ବାମ,

ଯୁଗଳ ମୂର୍ତ୍ତି ସେ କାହିଁ ନଦେଖିଲି

ଖାଲି ଶୁଭେ ହରି ନାମ।


ଅପଲକ ନେତ୍ରେ ଚାହିଁ ରହିଗଲି 

ବୁଦ୍ଧି ହେଲା ମୋର ବାମ,

ଆଖି ଖୋଲି ଦେଖେ ଏ ସାରା ସଂସାରେ

କୃଷ୍ଣ ନାମ କୃଷ୍ଣ ନାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational