STORYMIRROR

Er. Suchismita Satpathy

Tragedy Inspirational Others

3  

Er. Suchismita Satpathy

Tragedy Inspirational Others

ହଁ ମୁଁ ଭଲରେ ଅଛି

ହଁ ମୁଁ ଭଲରେ ଅଛି

1 min
138

 ମୁଁ ଭଲରେ ଅଛି

ମାତୃ ଗର୍ଭରୁ ଜନ୍ମ ନେବା ଆଗରୁ

ମୋର ନିଲାମ ହୋଇ ସାରିଛି,

ରଙ୍ଗ କଳା କି ଗୋରା ହିସାବରେ ହୋଇଛି,

ମତେ ଜନ୍ମ ଦେଇ ଆଉ ଜଣେ ନାରୀ ଯନ୍ତ୍ରଣା ବି ପାଇଛି,

ତଥାପି ମୁଁ ଭଲରେ ଅଛି, ହଁ ମୁଁ ଭଲରେ ଅଛି।

ଭୂଇଁ କୁ ଛୁଉଁ ଛୁଉଁ ପାତର ଅନ୍ତର ଦେଖିଛି,

ଝିଅ ହେବାରେ ଅବହେଳା ଭୋଗିଛି,

ପାଠପଢ଼ାରେ ଆଗପଛ ହୋଇଛି, କଅଁଳୁ ଥିବା ପକ୍ଷ ମୋ ଛେଦନ ହୋଇଛି,

ତଥାପି ମୁଁ ଭଲରେ ଅଛି, ହଁ ମୁଁ ଭଲରେ ଅଛି।

ଭଲ ପୋଷାକରେ ମନ ଊଣା ହୋଇଛି, ନପାଇ ଆଶ୍ଵାସନା ଗୁମୁରି ଗୁମୁରି କାନ୍ଦିଛି,

ବିନା ସାହାରାରେ ଆକାଶକୁ ଛୁଇଁଛି, ମନ ଓ ଆତ୍ମାକୁ ସୁଦୃଢ ମୁଁ କରିଛି,

ହଁ ମୁଁ ଭଲରେ ଅଛି।

ଅସରନ୍ତି ଯାତନାରେ ପିଡିତ ମୁଁ ହୋଇଛି,ତଥାପି ମୁଁ ବାପା ଭାଇ ମୁଣ୍ଡର ଟେକ ରଖିଛି, ହଁ ମୁଁ ଭଲରେ ଅଛି, ହଁ ମୁଁ ଭଲରେ ଅଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy