STORYMIRROR

Er. Suchismita Satpathy

Abstract Tragedy Inspirational

3  

Er. Suchismita Satpathy

Abstract Tragedy Inspirational

ଅଫୁଟା ଫୁଲ

ଅଫୁଟା ଫୁଲ

1 min
229

ଆଜି ମୁଁ ଭାବୁଛି ଯିବି ମୁଁ ଉଡି,

ପାହାଡ,ପର୍ବତ ଝରଣା ଡେଇଁ

ଉଡି ବୁଲନ୍ତି କି ଡେଣା ମେଲେଇ

ନୀଳ ପରୀ ସଙ୍ଗେ ଆକାଶେ ଯାଇ,


କାଢିଲି ଯେବେ ମୁଁ ଗୋଡ ଦୁଇଟି

ପଡିଲା ଶିକୁଳି ନଜାଣିି ମୁଇଁ

ତଥାପି ଭାବିଲି ମାନିବି ନାଇଁ

ଉଡି ବୁଲିବି ମୁଁ ଆକାଶେ ଯାଇ


ଧିରେ ଧ୍ରରେ ମନେ ଫୁଟିଲା କଇଁ

ଉଡି ବୁଲିଲି ମୁଁ ଗଗନେ ଯାଇ

ନର ରାକ୍ଷସ ମୋ କାଟିଲେ ପର

ଧରା ବକ୍ଷେ ପ୍ରାଣ ଛାଡିଲା ଯାଇ


ଅବୋଧ ମନ ମୋ ବୁଝିିଲା ନାଇଁ

ଛଟ ପଟ ହେଲି ଡେଣା ମେଲେଇ

     ଆହାରେ ଦୁନିଆ 

ନିଶବ୍ଦ ପ୍ରାଣ ମୋ ନେଲୁ ଛଡେଇ।।

ଅଫୁଟା କଇଁଟିି ଫୁଟିଲା ନାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract