STORYMIRROR

Er. Suchismita Satpathy

Abstract Inspirational

3  

Er. Suchismita Satpathy

Abstract Inspirational

ଆଜି ମନ ହୁଏ.......

ଆଜି ମନ ହୁଏ.......

1 min
309

ଆଜି ମନ ହୁଏ ,

ଫେରିବାକୁ ଗାଁ ଧାନ ଖଳା,

ହଜି ଯିବାକୁ ସେ ମତୁଆଲା ଭରା ସବୁଜିମା ଠାରେ,

ନକରି କିଞ୍ଚିତେ ହେଳା।

ଆଜି ମନ ହୁଏ,

ଖେଳିବାକୁ ସେହି ପିଲାଦିନ ବାଲିଘର,

ହଜିଯିବାକୁ ସେ ବାଲିଗୋଡି ସଙ୍ଗେ

ନ ଭାବି ଦାଉ ତାତିର।

ଆଜି ମନ ହୁଏ,

ଭିଜିବାକୁ ସେହି ବର୍ଷା ଭିଜା ମାଟି ସଙ୍ଗେ,

ମଜ୍ଜିଯିବାକୁ ସେ ମାଟି ମହକରେ

ଫଗୁଣ ଅବିିିର ରଙ୍ଗେ।

ଆଜି ମନ ହୁଏ,

କହିବାକୁ କଥା ନରଖି ମନରେ ମାନ

ମନେପଡେ ସେହି ବୋହୁଚୋରି ଖେଳ

ଛାଡି ସବୁ ଅଭିମାନ।

ଆଜି ମନ ହୁଏ

ଭୂଲିବାକୁ ସେହି ପ୍ରତାରଣା ଭରା କଥା,

ମାଆର ପଣତ ବାପାଙ୍କ ଆଙ୍ଗୁଠି,

ଚୁମିବାକୁ ତାଙ୍କ ମଥା।

ଆଜି ମନ ହୁଏ,

ଲେଖିବାକୁ ସେହି ଭଙ୍ଗା ସିଲଟରେ 

ଅ ଆ ଡାକି ଡାକି

ଅନେକ ବାଟଯେ ହୁଡି ମୁଁ ଗଲିଣି

ଚାଲି ଚାଲି ଗଲିଣି ଥକି।

ଆଜି ମନ ହୁଏ,

ଖୋଜି ବୁଲିବାକୁ ହଜି ଥିବା ସେହି ବନ୍ଧୁ

ଯାହା ସଙ୍ଗେ ମଜ୍ଜି କିଛି ମୁଁ ନଭାବି

ଫୁଲ ଚୋରି ଯୋଜନା ଫନ୍ଦୁ।

ଆଜି ମନ ହୁଏ,

ଶୋଇବାକୁ ଟିକେ ଶାନ୍ତିର ନିଃଶ୍ବାସ ମାରି

ଭୂଲି ଯାଆନ୍ତି କି ମାନ ଅଭିମାନ

ପାଇ ଯାନ୍ତି ଟିକେ ତରି

ଆଜି ମନ ହୁଏ,

ସବୁ ଦୁଃଖ ଭୂଲି ଯିବାକୁ ସଭିଙ୍କ ମେଳେ,

ଶେଷ ସମୟଟି ମୋହ ମାୟା ଛାଡି

ଦେବାକୁ ପ୍ରକୃତି କୋଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract