STORYMIRROR

Er. Suchismita Satpathy

Abstract Tragedy Inspirational

4  

Er. Suchismita Satpathy

Abstract Tragedy Inspirational

ଆତ୍ମାର କ୍ରନ୍ଦନ

ଆତ୍ମାର କ୍ରନ୍ଦନ

1 min
218

ଯେବେ ମୁଁ ଜନ୍ମିଲି ଅନାଟନ ମଧ୍ୟେ,

ଶୁଣିଲି ମୁଁ କାନେ ଖର୍ଚ୍ଚ ବଢିଲା,

ଜନ୍ମ କଲା ମାଆ ଲୁଚି ଲୁଚି କାନ୍ଦେ,

ମୋ ପରି ମୋ ଝିଅ ଦୁଃଖ ବଢିଲା।

          ଭୂଇଁରେ ଯେବେ ମୁଁ ପାଦ ଥାପିଲି,

          ପାଉଁଜି ଶବ୍ଦେ ମୋ ଭୂଇଁ କମ୍ପିଲା,

          ଆଖି ଥିବା ଲୋକ ଅନ୍ଧ ହୋଇଗଲେ,

          ସେ ସ୍ପର୍ଶରେ ମୋର ଆତ୍ମା ଥରିଲା।

ଯେବେ ମୁଁ ଭାବିଲି ଦୁନିଆଟା ମୋର,

ଲୋକ ମୁଖେ ମୋର ନାଁ ଶୁଭିଲା,

ଜନ୍ମ କଲା ପର, ଅନ୍ତୁଡି ବି ପର,

ବାଜା ରୋଷଣୀରେ ହୃଦ କମ୍ପିଲା।

           ମାଆର ଦରଦ ଯେବେ ମୁଁ ବାଣ୍ଟିଲି,

         ନିନ୍ଦା ଅପନିନ୍ଦା ରେ ମା ଆତ୍ମା ଭରିଲା,

          ନିଜ ପାଇଁ ଯେବେ ମୁଣ୍ଡ ମୁଁ ଟେକିଲି,

           ଯଶ କିର୍ତ୍ତୀ ମୋର ଭୂଇଁ ଦେଖିଲା।

ଯେବେ ମୁଁ ଭାବିଲି ଝଣ୍ଡା ମୁଁ ଧରିବି,

ସାରା ପୃଥିବୀ ମୋ ପକ୍ଷ ଛାଡିଲା,

ସାତ ଜନ୍ମ ମୋର ପର ହୋଇଗଲା,

ମୋ ଜୀବନ ଗୀତ ଜମ ଶୁଣିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract