STORYMIRROR

Er. Suchismita Satpathy

Inspirational

4  

Er. Suchismita Satpathy

Inspirational

ବୁଝିବି ଅବୁଝା

ବୁଝିବି ଅବୁଝା

1 min
291

ବୁଝିବି ଅବୁଝା 


ସିନ୍ଦୂର ପିନ୍ଧିଲି,ମଥା ମୁଁ ନଇଁଲି,

ଆସିଗଲି ପର ଦେଶେ,

ବାପା,ମାଆ ଭାଇ ଭଉଣୀ ସଭିଏଁ,

 ରହିଗଲେ ନିଜ ଦେଶେ।


ସାଙ୍ଗ ସାଥୀ ମୋର କହିଗଲେ ସବୁ,

ଫେରିଲେ ମୁଁ ହେବ ଦେଖା,

ସବୁ ଜାଣି ମଧ୍ୟ ମନ ମୋ ଅସ୍ଥିର,

କାହିଁ ବୁଝିବି ଅବୁଝା।


ପର ଦେଶେ ନିଜ ଆପଣାର ପାଶେ,

 ଦିନ କିଛି ବିତିଗଲା,

ସେ ପୁଣି ହୋଇଲେ ନିକଟରୁ ଦୂର,

ପେଟ ପାଟଣା ଡାକିଲା।


ଅପେକ୍ଷାରେ ଥିଲି,

ଆସିଵେ ପ୍ରିୟା ମୋ ,

ଅଛୁଆଁ ରୋଗ ବ୍ୟାପିଲା।

ଅଥୟ ମନ ମୋ, ହାହାକାର ଶୁଣି,

ଦୁନିଆ ଦେଶ କି ହେଲା,


କେହି ନ ପଶିଲେ କାହାରି ଦୁଆରେ,

କ୍ଷଣରେ ଜୀବନ ଗଲା।

ଅପେକ୍ଷାର ଅନ୍ତ ଘଟିଲା ସେଦିନ,

ଆଖି ଲୁହ ଶେଷ ହେଲା,

ଯେବେ ମୁଁ ପାଇଲି ମୋ ପ୍ରିୟାକୁ ପାଶେ,

ସବୁ ଦୁଃଖ ମୋର ଗଲା।


ତୁଣ୍ଡି,ସତର୍କତା, ଦୂରତାର ବୋଧ,

 ସବୁ ହେଲେ ବୁଝା ସୁଝା,

ହେଲେ ଏ ମାନବ ଜାତିଟା କିପରି,

ସବୁ ବୁଝିବି ଅବୁଝା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational