ଛୁଞ୍ଚି
ଛୁଞ୍ଚି
ଲୌହ ପଦାର୍ଥରୁ ତିଆରି
ଏଇ ଛୁଞ୍ଚିଟି ହୁଏ
ପ୍ରତି ଘରେ ଘରେ ଏ ଛୁଞ୍ଚି
ଶୋଭା ପାଉଣ ଥାଏ ।
ଦିଆସିଲି କାଠି ପରିକା
ସିଏ ଛୋଟିଆଟିଏ
ଆଗରେ ତାହାର ମୂନଟି
ପଛେ କଣାଟି ଥାଏ ।
ସେ କଣା ବାଟରେ ସୂତାକୁ
ନର ଭର୍ତ୍ତି କରଇ
ଚିରା ଫଟା କାଜ ବୋଦାମ
ଖାତା କରେ ସିଲେଇ ।
ଛୋଟ ବଡ ସରୁ ମୋଟା ବି
ଛୁଞ୍ଚି ରହିଛି କେତେ
ହେଲେ ଗୋଟେ ରଙ୍ଗ ତାହାର
କଣା ଗୋଟାଏ ସତେ ।
ଅତି ସରୁ ଛୁଞ୍ଚି ସାହାଯ୍ୟେ
କାଜ ବଟମ ହୁଏ
ମୋଟା ଲମ୍ବା ଛୁଞ୍ଚି ହୋଇଲେ
ଗନ୍ଥା ସିଲେଇ ହୁଏ ।
ସିଲେଇ ମେସିନ ଦେହରେ
ଛୁଞ୍ଚି ଲାଗିଣ ଥାଏ
କେତେ କିସମର ସିଲେଇ
କି ସୁନ୍ଦର ହୁଏ ।
ମୋଚିଟିଏ ସୂତା ଛୁଞ୍ଚି ବି
ପାଖେ ରଖି ସେ ଥାଏ
ସିଲେଇ ସେ କରି ଦିଅଇ
ଛିଣ୍ଡି ଯାହାର ଯାଏ ।
ନିଜ ପେଟ ସିଏ ପୋଷନ୍ତି
ପରିବାର ଚଳାନ୍ତି
ସେମାନଙ୍କ ପାଇଁ ଏ ନର
ଉପକୃତ ହୁଅନ୍ତି ।
ତଥାପି ଏ ନର ତାହାଙ୍କୁ
ଛୋଟ ନଜରେ ଦେଖେ
ତାଙ୍କ ପାଇଁ ଛାତି ଫୁଲେଇ
ଦାଣ୍ଡେ ଚାଳଇ ସୁଖେ ।
ତାଙ୍କ ପାଇ ମାନ ସମ୍ମାନ
ରହେ ତାଙ୍କ ଖାତିରି
ମୋଚି ଦରିଜି କହି ତାହାଙ୍କୁ
କରେ ସେ ବେଖାତିରି ।
ପେଟ ପୋଷିବାରେ କୌଣସି
କାମ ଛୋଟ ନୁହଁଇ
ଚୋରୀ ଦାରୀ ଖଣ୍ଟ ତସ୍କର
କଳଙ୍କରେ ମରଇ
ମନେ ପଡେ ପିଲା ଦିନରେ
ସୂତା ଛୁଞ୍ଚିକୁ ଧରି
ବଡ ପିଲା ଖାତା ସିଲେଇ
କଲେ ଆସୁଛୁ ଫେରି ।
ସୂତା ଛୁଞ୍ଚିରେ ଫୁଲ ଗୁନ୍ଥଇ
ମାଳୀ ଖୁସି ମନରେ
ଭକତଟି କିଣି ଶ୍ରଦ୍ଧାରେ
ଦିଏ ପ୍ରଭୁ ଗଳାରେ ।
ଛୁଞ୍ଚିରେ ସୂତାକୁ ଲଗାଇ
ମାଳି କେତେ ଗୁନ୍ଥନ୍ତି
ତାହାକୁ ବିକିରି କରି ସେ
ଗୁଜୋରାଣ ମେଣ୍ଟାନ୍ତି ।
ଛୁଞ୍ଚି ସାହାଯ୍ୟରେ ହାତରେ
ନର ଚିତା କୁଟାନ୍ତି
କଣ୍ଟା କାଚ ଗୋଡେ ପଶିଲେ
ଛୁଞ୍ଚି ଦ୍ବାରା କାଢନ୍ତି ।
ଅସୁସ୍ଥ ହୋଇଲେ ମାନବ
ଡାକ୍ତରଖାନା ଯାନ୍ତି
ଇଞ୍ଜେକସନ ଛୁଞ୍ଚି ସାହାଯ୍ୟେ
ସିଏ ନେଇ ଥାଆନ୍ତି ।
ମଧୁମେହ ପରୀକ୍ଷା ବେଳରେ
ରକ୍ତ ଯେବେ ଦିଅନ୍ତି
ବିନା ଛୁଞ୍ଚିରେ କି କୁହ ତ
ସିଏ ରକ୍ତ ନିଅନ୍ତି ।
ଛୁଞ୍ଚି ସାହାଯ୍ୟରେ ନାରୀଟି
କାନ ନାକ ଫୋଡଇ
ଗହଣା ଲଗେଇ ସଜେଇ
ସୁନ୍ଦର ସେ ଦିଶଇ ।
ଛୁଞ୍ଚିର ମହିମା ଲେଖିଲେ
ରାତି ମୋର ପାହିବ
ନା କବିତା ଲେଖା ସରିବ
ପୋଷ୍ଟ ହୋଇ ପାରିବ ।
ଛୋଟ ହୋଇଲେ ବି ଛୁଞ୍ଚିଟି
ଉପକାରୀ ଅଟଇ
ଏଇ ଛୁଞ୍ଚି ପାଇଁ ମଣିଷ
ଉପକୃତ ହୁଅଇ ।