STORYMIRROR

Bidyadhar Mantry

Abstract Inspirational

4  

Bidyadhar Mantry

Abstract Inspirational

ଅତୀତ ଭୟ

ଅତୀତ ଭୟ

1 min
360


ଭୟ କାହିଁକି

କଣ ହେଲା,ଦୋଷ କଣ

ଏ ତ ଅତୀତର କଥା

ପଛ କଥାକୁ ଭାବିଲେ କ୍ଷତି ହିଁ ହେବ।


କିଛି ଭୁଲ୍ ହୋଇଛି

ଭୁଲ୍ ହୋଇଛି ବୋଲି ବି ରାଜି

ବର୍ତମାନ ଯାହା ଘଟୁଛି ,ଅନୁତାପ ର ବିଷୟ

କୋଳାହଳ କରିବା ଉଚିତ ହେବନି

ଅତୀତକୁ ବିଶ୍ୱାସ କରିବାକୁ ହେବ

ଅତୀତକୁ ହିଁ ସମାଧାନ କରିହେବ।


ପ୍ରୟାସ ଜାରି ରହୁ,ନିରନ୍ତର

ପୂର୍ବ ଅପେକ୍ଷା ଭଲ

ପ୍ରତ୍ୟେକ ମୁହୂର୍ତ୍ତରେ ଭଲ

ମନରେ ଅଭିମାନ ଥାଉ

କିନ୍ତୁ ନିଜକୁ ଅବମାନନା ନ ହେଉ।


ଯେତେବେଳେ ଆଗକୁ ବଢିବ

ଅତୀତ ରୁ ମୁକ୍ତ 

ଖୁସି ହେବାର ସୋପାନ

ତୁମକୁ ଖୁସି ହେବାକୁ ହିଁ ହେବ।


ସ୍ବୀକାର କର

ଅତୀତର ଛାୟା ଏ ମୁହୂର୍ତ୍ତକୁ ନଷ୍ଟ ନ କରୁ

ତୁମ ସମ୍ମତି ବିନା

କେହି ତୁମକୁ ବଙ୍କା କରିପାରିବେନି।


ଆଉ ଭୟ ବିଷୟ କୁହ ନାହିଁ

ପ୍ରତ୍ୟେକ ମୁହୂର୍ତ୍ତରେ ଆନନ୍ଦ କର

ଅତୀତକୁ ସମାଧି ଦିଆଯାଉ

କୌଣସି ନିର୍ଜନ ଜାଗାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract