ହୋଲି - ୨୦୨୨
ହୋଲି - ୨୦୨୨


ଅଳ୍ପ ଥିଲା ଏହି ବର୍ଷ ହୋଲିର ସମ୍ଭାର
କରୋନାର କଟକଣା ଥିଲା କିଛି କିଛି,
ସାମୁହିକ ଆୟୋଜନ କରି ପରିହାର
ନିଜ ଘରେ ରଂଗ ଖେଳ ସୀମିତ ରହିଛି ।
ଫଗୁଣ ତ ଅପସରି ଗଲା
ନେସି ହୋଇ ଫଗୁର ରଂଗରେ,
ଢାଳି ଭାଂଗପଣାର ମଦିରା,
ଆରମ୍ଭି ପ୍ରସ୍ତୁତି ପର୍ବ ସ୍ବାଗତ ଗ୍ରୀଷ୍ମରେ ।
ଜୀବନର ସବୁ ଗ୍ରୀଷ୍ମ ପୂର୍ବେ
କାଳେ କାଳେ ଥାଏ ମଧୁ ମାସ,
>ଦେବା ପାଇଁ ପୁନଶ୍ଚ ପ୍ରତ୍ୟୟ-
ସୃଷ୍ଟି ଯଦି ଅଛି ତେବେ ଅଛିରେ ବିଲୟ।
ସୁଖ ବେଳେ ନ ହୁଅ ଉତ୍ଫୁଲ୍ଲ,
ଦୁଖ ହେଲେ ନ ହୁଅ ଅଧିର
ଭଂଗା ଗଢା ଚାଲିଛି ପ୍ରତ୍ୟହ,
ସଂସାରରେ କିଛି ନୁହେ ଚିର ।
ଫଗୁଣ ସମୀର ଆଜି ଗଲା କାନେ କହି,
ସରିଗଲା ଜୀବନରୁ ଆଉ ଏକ ବର୍ଷ
ଅବଶିଷ୍ଟ ଜୀବନକୁ ବଂଚିବା ପାଇଁ କି,
ସମୁଚିତ ଉପାୟରେ, ନ ହୋଇ ବିମର୍ଷ ।