ଧୋ ରେ ବାଇଆ ଧୋ
ଧୋ ରେ ବାଇଆ ଧୋ
ଧୋ ରେ ବାଇଆ ଧୋ
ମା ଗୀତ ଗାଇ ଶୁଆଉ ନାହିଁ ଆଉ
ଫୋନ୍ ରୁ ଶୁଣି ଶୋ ।
ଚୁଲିକୁ ଗଲାଣି ମା ଗୀତ
ମୋବାଇଲ ଧରାଇ ମା କାମେ ବ୍ୟସ୍ତ
ପିଲାହୁଏ ଉଲ୍ଲସିତ ।
ଖାଇଲେ ମୋବାଇଲି
ଶୋଇଲେ ,ପଢିଲେ ମୋବାଇଲି
ଏ ମାନିଆ ହେଲାଣି ବୁଢ଼ାଠୁ ଟୋକା ପର୍ଯ୍ୟନ୍ତ ।
ମା ହେଲା ଚାକିରିଆ
ପିଲାକୁ ପାଳିଲେ ମା ହୋଇ ଆୟା
ରୋଜଗାର ପଛେ ବାୟା ସାରା ସଂସାର ତ ।
ବାପା ପୁଅ ବାହା ପାଇଁ
ଆଗ ଚାକିରିଆ ବୋହୁଟେ ଖୋଜୁଛି
ଯା ହେଉ ପଛେ ଲୋଡ଼ା ଆଗ ଆମ ଅର୍ଥ ।
ସୁଖ ତ ଗାଧୋଇ ଗଲା
ବୁଢ଼ୀ କାଳେ ଶାଶୁ ରାନ୍ଧେ ବାଢେ
ବୋହୁ ପା ଚାକିରି ପିଲା ଲୋ ମିତ ।
ଜୀବନ ଯେଉଁଠି ବ୍ୟସ୍ତ
କେଉଁଠୁ ଆଉ ଶୁଭିବ ନାନା ବାୟା ଗୀତ
ମୋବାଇଲି କରେ ସେ କାମ ତ ।
ଆ
ଜହ୍ନ ମାମୁଁ ସରଗ ଶଶୀ
ମୋ ଲୁଲୁ ପଡ଼ରେ ଶୋଇ ବାଜିଲାଣି ଘଣ୍ଟାରେ ବାର
ହ୍ଵାଟସ୍ ଅପ୍ ଫେସ ବୁକ୍ ରେ ଚାର୍ଟ ହେବ ତ ।
ବାପା ଟପ୍ ଟପ୍ ମା ଟପ୍ ଟପ୍
ଛୁଆଟି ବିକଳ ହୋଇ ଛୁଆ ୟାକୁ ତାକୁ ଚାହିଁ
ଖୋଜିଲାଣି ଏବେ ଫୋନ୍ ଲ୍ୟାପଟପ୍ ସଙ୍ଗାତ ।
ତୁ ତ ମୁତୁରୀ ମୁଁ ତ ମୁତୁରୀ
ବାପା ମା ପୁଅ ହେଁସ ଧୋଇବା କାଇଁ
ସମସ୍ତେ ନିଜ ଜାଗାରେ ହୋଇବା ବ୍ୟସ୍ତ ।
ନେଟ୍ ପ୍ୟାକ ପକାଇଛି ବାପ
ପିଲା ଅନ୍ ଲାଇନ୍ ପାଠ ପଢିବ ବୋଲି
ପାଠ କି ହେବ ଅଶ୍ଳୀଳ ଭିଡିଓ , ଫ୍ରି ଫାୟାର ଦେଖି ମୃତ।
ପୁରୁଣା କୁହଇ ଚୋପ୍
ନୂଆ କହୁଛି ଓଲୁ ଅପଡ଼େଟ ହୁଅ ବାପ ଧନ
ସମୟ ବଦଳିବା ସହ ବଦଳ ତୁମେ ତ ।
ସେ କାଳ ପଖାଳ ଗୀତ
କାଇଁକି ଆଉ ପାଣି ପକାଇ ଖୋଜୁରେ ବାଇଆ
ତୁ ଟା ସୁଦୁ ନିପଟ ଚୁଡା ଢୋଲ ମୂର୍ଖ ।