STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଯେବେ ଶେଷ ନିଆଁ ଜଳିବ

ଯେବେ ଶେଷ ନିଆଁ ଜଳିବ

1 min
567

ସେଦିନ ପରି ଗାଁରେ ନିଇତି ସୂର୍ଯ୍ୟ 

ସକାଳ ଧରି ଆସୁଛି

ଆସୁନି କିନ୍ତୁ ସୃଷ୍ଟି ,ସମ୍ଭାବନା,

ଚଳଚଂଚଳ ,କର୍ମ ତତ୍ପରତା

ଯୁବକ ନିକମା ହୋଇଛି

ବୁଢା କାମ କରିବାକୁ ଧାଉଁଛି

ଦିନର ଆଲୁଏ ଫିଟି ପଡୁନି

ସାଇ ଭାଇ ଆତ୍ମୀୟତା

ମଣିଷ ଭିଡରେ ନିଜକୁ ଏକା ପାଉଛି।


ସକାଳ ଗାଧୁଆ ସୂର୍ଯ୍ୟଙ୍କୁ ପାଣି

ଚଉରା ଲିପା ସଂଜବତୀ

ସନ୍ଧ୍ୟାରେ ମନ୍ଦିର ଘଣ୍ଟା କାହାଳୀ

ବିନା ଭକ୍ତିରେ ହେଉଛି

ଶଙ୍ଖୁଆ ଫୁଙ୍କୁନି ଶଙ୍ଖ

ଗାଁ ଚଉତରାରେ ବିଚାର ହେଉନି

କଥା କଥାକେ କୋର୍ଟ କଚେରୀ ଯାଏ

ଛୋଟ ହେଲେବି କଥା ଯାଉଛି

ଅପରାଧୀ ସଂଖ୍ୟା ବଢିଛି।


ଛକରେ ପଲିଥିନରେ ନାଲି ପାଣି

ଉଜାଡେ ଘର 

ଆଭୂଷଣ ବିହୀନ ଘରଣୀ

କୁ ଭାଷା କଣ୍ଠସ୍ଥ ମୁଖସ୍ଥ

ଦ୍ଵିଧା ସଂକୋଚ ନାହିଁ ଗୁରୁ ଗୁରୁ ଜନେ

ଗୋଧୂଳି ଆଉ ଗାଉନି ଗାଁ ଦାଣ୍ଡେ ଗୀତ

ଧୂଳି ଉଡୁନି ଗାଈ ଖୁରାରୁ

ଗୁହାଳେ ବନ୍ଧା ଗାଈ ଚୁନି ଚୋକଡ଼ ଖାଉଛି।।


ଯୁବକ ହେଲେଣି ବୁଢା ଭତ୍ତା ଚାଉଳ ତ ଅଛି

କର୍ମ ,ଶ୍ରମ ,ଚାଷ ପ୍ରତି ବିମୁଖ ବିକାଶ ଶକ୍ତି

ସହଜରେ ଦିବେଳା ଭାତ ମିଳୁଛି

କାରଣ ଡିବିରି ନୁହେଁ ଗାଁ ଏବେ

ବିଜୁଳି ଆଲୁଏ ହସୁଛି

ସାଇକେଲ ବଦଳରେ 

ବାଇକ୍ କାର୍ ଧୂଳି ଉଡୁଛି

ଆମ୍ବ ତୋଟା ଜାଗାରେ 

ପାର୍ଟି, କ୍ଳବ ଅଫିସି ହୋଇଛି

ବିନା ନାଲି ପାଣିରେ

ଶବକୁ କାନ୍ଧ କେ ନ ଦେଉଛି ।


ବୋହୁ ପାହାନ୍ତି ପହରୁ ଉଠି

ବାସି ପାଇଟି ସାରି ଗୋବର ପାଣି ନ ପକାଉଛି

କାଳେ ଗୋବରେ ଟିଟାନସ୍ ଜୀବାଣୁ ଅଛନ୍ତି

ଓଷା ବରତ ଲଜିକ୍ ଦେଖାଇ

କରିବାକୁ ଝିଅ ବୋହୁ କୁଣ୍ଠିତ ହେଉଛି

ବିବାହ ଭୋଜିରେ ଗହ ଗହ ନାହିଁ

ମଣ୍ଡପରେ ଘଣ୍ଟାକରେ ସବୁ ସରୁଛି

ବାସର ରାତି ସରୁ ସରୁ

ଛାଡ ପତ୍ର ଶମନ ଆସୁଛି

ଆଧୁନିକତା ସବୁ ଗିଳି ଦେଇଛି

ଗ୍ରାମ୍ୟ ଜୀବନ ସହରୀ ସହରୀ ବାସୁଛି

ସ୍ମାର୍ଟ ଗାଁ ହେବ ବୋଳି ଅଳିତା ନାଇଁ ବସୁଛି

ଗାମୀଣ ଜୀବନ ଜରାଶ୍ରମ ବୁଢ଼ୀ ମା

ମୁହଁ ପରି ଦିଶୁଛି।


ତଥାପି ମୋ ଗାଁ

ମୋତେ ଭଲ ଲାଗୁଥିଲା

ଲାଗୁଛି ,ଲାଗିବ

ଗାଁ ମଶାଣୀ ମାଟି ମା କୋଳେ

ଯେବେ ମୋ ଶେଷ ନିଆଁ ଜଳିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational