ଆଶା
ଆଶା
ଆଶା
ତୁ ସାତ ତଳ
ପାଣି ପଙ୍କ
ଫରୁଆ ଭିତର କୀଟ
ମେଞ୍ଚେ ସମ୍ମୋହନର ଇନ୍ଦ୍ରଧନୁ
ସୁନାର ହରିଣ ମୋହ
ଜୀବନ ସପନ ଦୁର୍ବାର ଆକର୍ଷଣ
ସାଇତା କୁହୁକ ପେଡି
ବଞ୍ଚିବାରର ଆଶା ବାଡ଼ିଟେ।
ଆସୁରେ ସୁନାମି
ଆସୁ ଯେତେବାତ୍ୟା ଫନି ସୁନାମୀ ଗୁଲାବ
ବିଶ୍ୱ ବିବଶ ହୋଇ ପଛେ
ବହୁ ହତାଶ ବତାସ
ଅବା ପ୍ରଳୟ ବଢ଼ି
ତୁ ଥିବୁ ଚିନ୍ତା ଚେତନାରେ ଓହଳି
ଆସୁ ଯେତେ ଭୟଙ୍କର ଝଡି ଅବା ବଢି।
ଦୁଃଖରେ ସମୁଦ୍ରରେ
ହେଉ ବା ସୁଖର ନନ୍ଦନକାନନେ
ତୁ ଅଛୁ ମୋ ସାଥୀରେ
ଚାଲୁଅଛି ଏଇ ଜୀବନ ସର୍ପିଳ ରାସ୍ତା
ତୋତେ ହିଁ ସଦା ଜାବୋଡି
ନା ତୁ ମୋତେ ନା ମୁଁ ତୋତେ
ହାତ ଛାଡି ଚାଲିଛନ୍ତି ଏକା ଏକା ।
ତୋହଁରି ପାଇଁ ତ
ବଢୁଛି ଗଢୁଛି
ପ୍ରାପ୍ତି ଅପ୍ରାପ୍ତିରେ ତୋତେ ଅଣ୍ଡାଳିଛି
ଖୋଲା ଅବା ମୁଦା ନୟନେ
ରହିଛୁ ମୋର ମନ ଓ ଜୀବନେ
ଉଦ୍ ଯୋଗୀ କରିଛୁ
କର୍ମଠ କରି
ତୁ ନାହୁଁ ତ
ତୁଚ୍ଛ ଜୀବନରେ କି ଅଛି ମୂଲ୍ୟ ।
