STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଆଶା

ଆଶା

1 min
428


ଆଶା

ତୁ ସାତ ତଳ

ପାଣି ପଙ୍କ 

ଫରୁଆ ଭିତର କୀଟ

ମେଞ୍ଚେ ସମ୍ମୋହନର ଇନ୍ଦ୍ରଧନୁ

ସୁନାର ହରିଣ ମୋହ

ଜୀବନ ସପନ ଦୁର୍ବାର ଆକର୍ଷଣ

ସାଇତା କୁହୁକ ପେଡି

ବଞ୍ଚିବାରର ଆଶା ବାଡ଼ିଟେ।


ଆସୁରେ ସୁନାମି

ଆସୁ ଯେତେବାତ୍ୟା ଫନି ସୁନାମୀ ଗୁଲାବ

ବିଶ୍ୱ ବିବଶ ହୋଇ ପଛେ 

ବହୁ ହତାଶ ବତାସ

ଅବା ପ୍ରଳୟ ବଢ଼ି 

ତୁ ଥିବୁ ଚିନ୍ତା ଚେତନାରେ ଓହଳି

ଆସୁ ଯେତେ ଭୟଙ୍କର ଝଡି ଅବା ବଢି।


ଦୁଃଖରେ ସମୁଦ୍ରରେ

ହେଉ ବା ସୁଖର ନନ୍ଦନକାନନେ

ତୁ ଅଛୁ ମୋ ସାଥୀରେ

ଚାଲୁଅଛି ଏଇ ଜୀବନ ସର୍ପିଳ ରାସ୍ତା

ତୋତେ ହିଁ ସଦା ଜାବୋଡି

ନା ତୁ ମୋତେ ନା ମୁଁ ତୋତେ

ହାତ ଛାଡି ଚାଲିଛନ୍ତି ଏକା ଏକା ।


ତୋହଁରି ପାଇଁ ତ

ବଢୁଛି ଗଢୁଛି

ପ୍ରାପ୍ତି ଅପ୍ରାପ୍ତିରେ ତୋତେ ଅଣ୍ଡାଳିଛି

ଖୋଲା ଅବା ମୁଦା ନୟନେ

ରହିଛୁ ମୋର ମନ ଓ ଜୀବନେ

ଉଦ୍ ଯୋଗୀ କରିଛୁ

କର୍ମଠ କରି

ତୁ ନାହୁଁ ତ

ତୁଚ୍ଛ ଜୀବନରେ କି ଅଛି ମୂଲ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational